STORYMIRROR

Rajendra Kumar Senapati

Classics

3  

Rajendra Kumar Senapati

Classics

ବଳିୟାନ ସମୟ

ବଳିୟାନ ସମୟ

1 min
258

ରହରେ ସମୟ କିମ୍ପା ଛନ୍ନ ଛନ୍ନ

ମୋର ମନେ ଭୟ ହେଉଛି ଉତ୍ପନ୍ନ

ଉଜାଣି ବହିଲେ ତୋହର ପବନ

ବଢିଯାଏ ହୃଦେ ମୋହର ସ୍ପନ୍ଦନ।


ଜୀବନ ହାଟରେ ଲାଗିଅଛି ଭିଡ଼

ସଉଦା କରିବାକୁ ବଢିଅଛି ମନ

ଦେଖୁଛି ସବୁଠି ମିଛ ଆବରଣ 

ସବୁ ସ୍ବପ୍ନ କେବେ ହୋଇବ ପୂରଣ।


ତୋହର ବତାସ ଜଣା ନ ପଡ଼ଇ

ଅବେଳରେ ବହୁ ଅଛୁ ତୁ କାହିଁକି

ତୋହର ଆଗରେ ସବୁ ବଳ ହୀନ

ହେଉଥାଉ କେତେ ସିଏ ବଳବାନ।


ଭାଙ୍ଗିଯାଏ କେତେ ସୁନାର ସଂସାର

ହେଲେ ତୋ ପାଇଁ ସବୁ ଲାଗେ ସୁନ୍ଦର

ଭାଙ୍ଗି ଦେଉ କେଡ଼େ ମନଲୋଭା ଘର

ତୋ ପାଖରେ କିଏ ନୁହେଁ ଆପଣାର।


ଆଗକୁ ବଢ଼ିବା କୁ ପାଇଁ ଜୀବନ 

ତୋ ପାଖରେ ସବୁ ହୁଏ ଶବ୍ଦ ହୀନ

ବାଟବଣା ହେଲେ ମଣିଷ ଜୀବନ

ଦୟା ହୁଏ ନାହିଁ କାହିଁକି ତୋ ମନ।


ତୋ ଇଚ୍ଛାରେ ସବୁ ହୁଏ ଆତଯାତ

ତୋର ତାଡ଼ନାରେ କିଏ ସେ ତିଷ୍ଠିବ 

ସମୟ ସ୍ରୋତରେ ମଣିଷ ଜୀବନ

ଭାସିଯାଏ ସବୁ ଭାବିବା ସପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics