STORYMIRROR

Rajendra Kumar Senapati

Abstract

4  

Rajendra Kumar Senapati

Abstract

ଚିନ୍ତନ

ଚିନ୍ତନ

1 min
235


ଇଶ୍ଵରଙ୍କ ଆଶୀର୍ବାଦ ଏ ଜୀବନ

ସଂସାର ହେଲା ସାଧନା କ୍ଷେତ୍ର

ଶରୀର ଅଟଇ ପାଇବା ମାଧ୍ୟମ

କରିବା ଆମେ ସୁନ୍ଦର କର୍ମ।

ପାଠଶାଳା ଅଟେ ସଂସାର ଆମର 

ଏଠି ବହୁ ନିତି ଶିକ୍ଷା ମିଳେ

ସଠିକ ଭାବରେ ଅଧ୍ୟୟନ କଲେ

ସାଂସାରିକ ଜ୍ଞାନ ପ୍ରାପ୍ତି ହୁଏ।

ସଂସାର ମଧ୍ୟରେ ଭରି ରହିଅଛି

ଅନେକ ମଧୁର କର୍ମ ପଥ

ଅନ୍ତର ମଧ୍ୟରୁ ସନ୍ଧାନ କରିଲେ

ହେବନାହିଁ କେବେ ପଥ ଭ୍ରଷ୍ଟ।

ସଫଳତା ପାଇଁ କରିବା ପ୍ରୟାସ

ହୋଇବା ନାହିଁ କେବେ ହତାଶ

କର୍ମ କରୁ କରୁ ଯାହା ହେବ ପ୍ରାପ୍ତି

ସେଥିରେ ହେବା ସର୍ବଦା ତୃପ୍ତି।

ସଂସାର ହାଟରେ ଲାଗିଥାଏ ଭିଡ଼

ଏଥିରେ ଚାଲିବା ଭାରି କଷ୍ଟ 

ଜୀବନ ଘାଟରେ ସର୍ବଦା ବିପଦ 

ଏଥିପାଇଁ ରହିବା ପ୍ରସ୍ତୁତ ।

ଜୀବନ ଯାତ୍ରାକୁ ସଫଳ କରନ୍ତୁ

ମନକୁ ରଖିଣ ସ୍ଥିର ଚିତ୍ତ

ତେବେ ଯାଇ ଏଠି ଆଗକୁ ବଢ଼ିବ

ନ ହୋଇବଟି କେବେ ବିବ୍ରତ।

କିଏ କିପରି ଭାବରେ ବଞ୍ଚୁଅଛି

ହସି ପୁଣି କିଏ କାନ୍ଦୁଛନ୍ତି

ଭରି ରହୁ ସଭିଙ୍କ ମନରେ ଖୁସି

ଏତିକି ରଖ ସହାନୁଭୂତି।

ସର୍ବଗିଳା କାଳ ଛକି ବସିଅଛି

ସଭିଙ୍କ ଆୟୁଷ ହରୁଅଛି

କେଉଁଠି ଲୁଚିଲେ ବିନତୀ କରିଲେ

କାହା କଥା କେବେ ଶୁଣୁଅଛି?

ଜରା, ବ୍ୟାଧି ଜୀବନ ଜୀବିକା ପାଇଁ

ସର୍ବଦା ହେଉଥାଉ ବିବ୍ରତ

ତଥାପି ବଞ୍ଚିବା ହୋଇ ସ୍ଥିତପ୍ରଜ୍ଞ

ଏହା ଅଟେ ଜୀବନର ସତ୍ୟ।

ଜୀବନ ଏମିତି ଚାଲିଛି ଚାଲିବ

ଏହାସହ ମୁକାବିଲା କର

ପ୍ରତି ମୂହୁର୍ତ୍ତ କୁ ଧର୍ଯ୍ୟର ସହିତ

ଜୀବନକୁ ଉପଭୋଗ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract