STORYMIRROR

Rajendra Kumar Senapati

Classics

4  

Rajendra Kumar Senapati

Classics

ଜୀବନ ଚକ୍ର

ଜୀବନ ଚକ୍ର

1 min
390


ଋତୁ ଚକ୍ର ପରି ଜୀବନ ଆମର

ସଦା ବେଳେ ଘୁରୁଥାଇ 

କେତେବେଳେ କେଉଁ ଘଟଣା ଘଟିବ

କେହି ପାରେ ନାହିଁ କହି।

ପ୍ରତ୍ୟେକ ମଣିଷ ଅନେକ ସୋପାନ

ଗତି କରିବାକୁ ପଡ଼େ

ଦୁଃଖ ସୁଖ ଦୁଇ ସମୟ କ୍ରମରେ

ଭୋଗ କରିବାକୁ ହୁଏ।

ଦୁଃଖ ଅଛି ବୋଲି ସୁଖ ପ୍ରାପ୍ତି ହେଲେ

ବହୁତ ଆନନ୍ଦ ମିଳେ 

ଅନ୍ଧାର ନଥିଲେ ଆଲୋକ ମହତ୍ତ୍ଵ

ବୁଝି ପାରବେନି କିଏ।

ଅଭାବ ଭିତରେ ଦୁଃଖ ଯେବେ ଥାଏ

ସୁଖ ଅବଶ୍ୟ ଖୋଜିବା

ବଞ୍ଚିବା ଇନ୍ଧନ ଏଥିରୁ ମିଳିଲେ 

ମନ ହେବନି ନିରାଶା ।

ଭୋଗ ବିଳାସରେ ଜୀବନ କାଟିବା

ଇଚ୍ଛା ହୁଏ ସବୁଦିନେ

ଆମର କପାଳେ ଯାହା ଲେଖା ଅଛି

ଅବଶ୍ୟ ଭୋଗିବା ନିଶ୍ଚେ।

ଅଶାନ୍ତ ପୃଥିବୀ ସଙ୍କଟରେ ଆଜି

ଶିଥିଳ ହେଲାଣି ସ୍ନେହ

କ୍ଷତ ବିକ୍ଷତରେ ଜୀବନ କଟୁଛି

ଲକ୍ଷ୍ୟ ପଥ କକ୍ଷଚ୍ୟୁତ।

ଘନ ଅନ୍ଧକାର ଦିଶେ ଆକାଶ'ଟା

ବାଦଲ ହୋଇଛି ରାଜା

ତା'ର ପ୍ରକୋପରେ ଲୁଚି ଯାଇଛନ୍ତି

ଗଗନର ସବୁ ପ୍ରଜା।

ବହୁ ନାହିଁ ଆଉ ଶୀତଳ ସମୀର

ମନକୁ ଶାନ୍ତି ଦେବାକୁ

ଅଶାନ୍ତ ତଟିନୀ ଦୁଇ କୂଳ ଖାଏ

ବଢ଼ାଏ ମନ ଭୟକୁ।

ଅନିର୍ଦ୍ଦିଷ୍ଟ ପଥେ ଜୀବନ ଧାଉଁଛି

ପ୍ରେମର ପରଶ ପାଇଁ

କୋଣ ଅନୁକୋଣେ ପୁରିଅଛି ଖାଲି

ଛଳନା ରୂପକ ଛାଇ ।

ଅନୁଭବ ସବୁ ସ୍ମୃତି ପେଢି ଅଟେ

ଖୋଜିବା ସେଥିରୁ ପ୍ରିତୀ

ମିଠା ମିଠା ପ୍ରିତୀ ସେଥିରୁ ମିଳିଲେ

ଗାଇବା ଜୀବନ ଗୀତି।

ଜୀବନ ଗୀତିରେ ଆଙ୍କି ହୁଏ ଯଦି

ଅଭୁଲା ସ୍ମୃତିର ଛବି

ଦିନ ସରିବନି ରାତି ଛୋଟ ହେବ

ଭାବୁଥିବା ସେହି ସ୍ମୃତି।

ମାଟିଥିଲେ ଘାସ ଦେହ ଥିଲେ ରୋଗ

ଏହା ଜୀବନର ଧାରା

ତଥାପି ମଣିଷ ଶାନ୍ତି ପାଇଁ ଖୋଜେ

ଦୁଇ ପଦ ପ୍ରେମ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics