STORYMIRROR

Rajendra Kumar Senapati

Abstract

4  

Rajendra Kumar Senapati

Abstract

ନିଜ ଅସ୍ତିତ୍ଵ

ନିଜ ଅସ୍ତିତ୍ଵ

1 min
364


ହେ ଇଶ୍ଵର ତୁମକୁ କିଛି ପଚାରୁ ଅଛି 

ସବୁଠିଁ ତୋ ଅସ୍ତିତ୍ବ ଅନୁଭବ କରୁଛି ।

ଏହି ବିଶାଳ ମାୟା ସଂସାରର ମଧ୍ୟରେ 

ମୋର ଅସ୍ତିତ୍ବ ସୀମିତ କ୍ଷୁଦ୍ର ନିଶ୍ଵାସ'ରେ। 

ସେ ଶ୍ଵାସ ସମୟର ସାମୟିକ ବନ୍ଧନେ 

ତାର ସ୍ଥାୟିତ୍ଵ କିଛି ନଥାଏ ଏ ଜୀବନେ।

ଶୂନ୍ୟରୁ ଆସିଛି ଶୂନ୍ୟରେ ହେବି ବିଲୟ

ପଞ୍ଚଭୁତେ ସୃଷ୍ଟି ପିଣ୍ଡ ହୋଇଯିବ କ୍ଷୟ।

ସମୟ ତାହାର ଘଟ ସୁତ୍ର କରୁ ଥାଇ 

କେବେ କଣ ଘଟିବ କିଏ ପାରେନା କହି।

ମୋ ପରିଚୟ ସମ୍ବନ୍ଧେ ଜାଣିବାକୁ ମୋର

ବହୁତ ଉତ୍କଣ୍ଠା ହୁଏ ମନରେ ମୋହର।

କେଉଁଠି ଆସିଛି ପୁଣି କେଉଁଠି କି ଯିବି

ଏହି କଥା ଭାବି ମନରେ ହେଉଛି ଧନ୍ଦି।

ପିଣ୍ଡରେ ଯେବେ ମୋର ପ୍ରାଣ ସଞ୍ଚାର ହେଲା 

ବଞ୍ଚିବା ପାଇଁ ମୋ କର୍ମ ଆରମ୍ଭ ହୋଇଲା।

ମୁଁ ଓ ସଂସାର ମଧ୍ୟେ ସମ୍ପର୍କ ଗାଢ଼ ହେଲା 

ପରିବାର ସାଥେ ମୋର ଜୀବନ କଟିଲା।

ସଭିଙ୍କ ମଧ୍ୟେ ବଢିଲା ସମ୍ପର୍କ ଆଦର

ସୁଖରେ ମୁଁ ହୋଇଗଲି ଅତ୍ୟନ୍ତ ବିଭୋର।

ଶକ୍ତି ଅନୁସାରେ କର୍ମ କଲି ଆନନ୍ଦରେ 

କଟିଗଲା ମୋ ଦିନ ବହୁ ହସ ଖୁସିରେ।

ସାଙ୍ଗ ସାଥିଠାରୁ ବନ୍ଧୁ ବର୍ଗ ପ୍ରିୟଜନ 

ସଭିଙ୍କ ସହିତ କରେ ଭାବ ବିନିମୟ।

ଦୁଃଖ ସୁଖର ସହିତ ଦିନ ବିତେ ମୋର

ବାସ୍ତବରେ 'ମୁଁ' କିଏ ଭାବୁଛି ନିରନ୍ତର।

ଦୁନିଆଁର ମିଛ ମାୟା ବନ୍ଧନରେ ପଡି

ଜୀବନ ପଥର ମୁହିଁ ବାଟ ଯାଉଅଛି ହୁଡି।

ଗର୍ବ ଅହଙ୍କାର ବଳେ ଦେଖାଏ ଦାମ୍ଭିକ 

ସୁପଥ ଛାଡ଼ି କୁପଥେ ହୁଏ ଅଗ୍ରସର ।

ସତ୍ ପଥେ କୁ ମୁଁ ଦିଏ ନାହିଁ କେବେ ଧ୍ୟାନ

ବୟସ ତାଡ଼ନାରେ ହୋଇଥାଏ ଅଜ୍ଞାନ।

ସଂସାର ଜଞ୍ଜାଳରେ ବିତି ଯାଏ ସବୁ ଦିନ

ଦିବ୍ୟ ଚେତନା ଭୁଲି ହରାଏ ଆତ୍ମଜ୍ଞାନ ।

କର୍ମ ଅନୁଯାୟୀ ଭୋଗୁଛି ମୁଁ କର୍ମଫଳ

ଏହାକୁ ମୁଁ କହୁଥାଏ ମୋର ଭାଗ୍ୟ ଫଳ।

ଜଣା ପଡ଼େ ନାହିଁ ସରିଯାଏ ନିଜ ବେଳ

ସମୟ ସରିଲେ ଚାଲିଯିବା ନିଜ ସ୍ଥଳ।

ଦୁନିଆ ବେଭାର ଲାଗେ ବହୁତ ସରଳ

ବୁଝିଲା ବେଳକୁ ଅଛି ଅନେକ ଜଟିଳ।

ବହୁତ ଶିଖିଲି ବହୁତ ଜାଣିଲି ମୁହିଁ

ଏଣୁ କରି ତୁମ ପଦେ ଶରଣ ପଶିଲି।

ହେ ଇଶ୍ଵର ତୁମକୁ ମୁଁ କରେ ନିବେଦନ

ସତ୍ ପଥେ ନେଇ ଦିଅ ଦିବ୍ୟ ବୁଦ୍ଧି ଜ୍ଞାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract