STORYMIRROR

Rajendra Kumar Senapati

Classics

4  

Rajendra Kumar Senapati

Classics

ଜୀବନର ସତ୍ୟ

ଜୀବନର ସତ୍ୟ

1 min
403


    


ଜୀବନ ମଞ୍ଚରେ ଅନେକ ସମସ୍ୟା

ସତରେ ମୁଁ ଗୋଟେ ଅନାମିକା 

ମନରେ ଉଙ୍କି ମାରେ ଅନେକ ପ୍ରଶ୍ନ

କିପରି ହେବ ତା' ସମାଧାନ।

ଏହି ଦୁନିଆ ଦେଖିବାକୁ ସୁନ୍ଦର

ଦେଖିଣ ହେଉଥାଉ ବିଭୋର

ଜ୍ଞାତି କୁଟୁମ୍ବ ପରିବାର ସମ୍ପର୍କ

ଥିଲେ ଲାଗଇ କେଡ଼େ ମଧୁର।

ଆଜିର ଦିନରେ ସ୍ବପ୍ନ ଭଳି ତାହା 

ଚାରିଆଡେ ଖାଲି ବିବଶତା

ସମ୍ପର୍କ ମଧ୍ୟରେ ନାହିଁ ନିବିଡ଼ତା

ଦେଖୁଛି ଛଳନାର ଖୋଳପା।

ସ୍ନେହ ଶ୍ରଦ୍ଧା ପ୍ରିତୀ ମିଳଇ କ୍ଵଚିତ

ଭାବିଲେ ମନ ହୁଏ ଦୁଃଖିତ

ବଦଳି ଗଲାଣି ଜୀବନ ଚଳଣି

କାହାକୁ କହି ହୁଏନି କିଛି।

ସମ୍ପତ୍ତି ଯଦି ଅଛି ତୁମ ପାଖରେ

ବେଢ଼ି ରହିବେ ତୁମ ପାଶରେ

ଧନ ଥିଲେ ପୁତ୍ର କରଇ ଆଦର 

ନଥିଲେ କରଇ ତିରସ୍କାର।

ଯାହାକୁ ତୁ ଭାବୁ ଅତି ଆପଣାର

ସୁଯୋଗ ଦେଖି କରେ ପ୍ରହାର

ଏତେ କଷ୍ଟ ପଡ଼ି ଧନ ସଞ୍ଚୁ ଅଛୁ

ମଲା ବେଳେ କିଛି ନ ନେଉଛୁ।

ପାପର ମାତ୍ରାଟି ବଢ଼ି ବଢ଼ି ଯାଏ

ଅଧର୍ମ ରାଜ୍ୟ ଶାସନ କରେ

ପ୍ରଜାଙ୍କ ହିତେ ନାହିଁ ଶାସନ କଳ

ପ୍ରତିବାଦ ପାଇଁ ନାହିଁ ବଳ।

ସଂସ୍କାର ଦିନକୁ ଦିନ କଳୁଷିତ

ଅନୀତି କରୁଛି କବଳିତ

ଦେବତା, ଗୁରୁ, ବ୍ରାହ୍ମଣ ଠାରେ ଭକ୍ତି

ଦିନକୁ ଦିନ କମିଯାଉଛି।

ସମୟ ସଙ୍ଗରେ ତାଳ ଦେଇ ଜଳେ

ସଭିଙ୍କର ଜୀବନ ସଳିତା

କେତେ ବେଳେ ନିର୍ବାପିତ ହେବ ସିଏ

ନାହିଁ କା'ର ନିଜ ଅଭିଜ୍ଞତା।

ଏଇତ ଜୀବନ ଭାବିଲେ ଜାଣିବ

ପାଣି ଫୋଟକାର ସମାନତା 

କାହାକୁ ନକରି ଆଘାତ ମନରେ

ବଞ୍ଚିବା ନିଜ କର୍ମ ଅନୁସାରେ।

ସଂସାର ମଧ୍ୟରେ ଯେତେଦିନ ଥିବା

ଆନନ୍ଦେ ପ୍ରଭୁଙ୍କୁ ଡ଼ାକୁଥିବା

ତନୁ ମନ ସମର୍ପି ତାଙ୍କ ଚରଣେ

ସଂସାର ସାଗରୁ ତରିଯିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics