Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Classics Others

4.0  

Gyanendriya Dash

Classics Others

ମାଁ ଖୁଦୁରୁକୁଣୀ

ମାଁ ଖୁଦୁରୁକୁଣୀ

1 min
142



ଖୁଦୁରୁକୁଣୀ ମାଁ ଖୁଦୁରୁକୁଣୀ ।

ସଦୟ ହୋଇଣ ପାଳିବ ଜଗତ,

ଓଷା କରନ୍ତି କୁମାରୀ ଭଉଣୀ ।୧।

ତଅପୋଇ ଆମ ରାଜନନ୍ଦିନୀ ।

କେତେ ଅଳିଅଳେ ଲାଳିତ ପାଳିତ,

ଭାଉଜଙ୍କ ପାଇଁ ଚିର ଦୁଃଖିନୀ ।୨।

ବନସ୍ତରେ ଯାଇ ଜଗିଲା ଛେଳି ।

ଭୋକ ଉପାସରେ କଷଣ ସହିକି,

ପୂଜି କଲା ତୁମ୍ଭେ ଗଳାର ମାଳି ।୩।

ଦେଇଥିଲ ତାକୁ ଧୈର୍ଯ୍ୟ ଓ ବଳ ।

ସାତଭାଇ ତାଙ୍କ ଫେରିବା ଦିନକୁ,

ଚାହିଁଥାଏ ସତେ ହୋଇ ଆକୁଳ ।୪।

ଆସିଲା ମାଆ ଗୋ ସୁଖ ସମୟ ।

ବିଦେଶୁ ଫେରିଲେ ବଣିଜ ସାରିକି,

କୂଳରେ ଲାଗିଲା ଡଙ୍ଗା ନିର୍ଭୟ ।୫।

ମାଆ ମଙ୍ଗଳା ଗୋ ହୋଇଲ ସାହା ।

ଗୋଟି ଗୋଟିକରି ଛଅ ଭାଉଜଙ୍କୁ,

ନାଶିଲ ସାନକୁ ଦେଇଣ ରାହା ।୬।

ଅନ୍ୟାୟ ଦୁର୍ନୀତି କରି ବିନାଶ ।

ଜଗତ କଲ୍ୟାଣ ପାଇଁ ମୋ ଭଉଣୀ,

ମାନଙ୍କ ମୁହଁରେ ଫୁଟାଅ ହସ ।୭।


Rate this content
Log in

Similar oriya poem from Classics