ଆଜି ତାର ଜନ୍ମଦିନ
ଆଜି ତାର ଜନ୍ମଦିନ
ମାନବ ସେବା ହିଁ ମାଧବ ସେବାର
ସମ୍ମାନନୀୟ ଅଧ୍ୟକ୍ଷ ।
ଉପସ୍ଥିତ ଆମ ସଦସ୍ୟ ସଦସ୍ୟା
ସେବା କାର୍ଯ୍ଯେ ସର୍ବେ ଦକ୍ଷ ।।
ଉପସ୍ଥିତ ଶିଶୁ ଭାଇ ଓ ଭଉଣୀ
ଜ୍ଞାନୀ ଗୁଣୀ ଭଦ୍ର ଜନ ।
ସ୍ୱାଗତ କରୁଛି ଶୁଭ ଜନ୍ମଦିନେ
ଦେଇ ସର୍ବେ ସୁସମ୍ମାନ ।।
"ମାନବ ସେବା ହିଁ ମାଧବ ସେବା" ଯେ
ସ୍ବେଚ୍ଛାସେବୀ ସଂଗଠନ ।
ପୁତ ଘୋଷଯାତ୍ରା ଦିନ ଶୁଭାରମ୍ଭ
ଆଜି ତାର ଜନ୍ମଦିନ ।।
ପାଞ୍ଚ ବର୍ଷ ହେଲା ସେବାକାର୍ଯ୍ୟ ଧାରା
ରହିଅଛି ଅବ୍ୟାହତ ।
ଆସିନାହିଁ କେବେ ଆସିବନି କେବେ
ଘାତ ଆଉ ପ୍ରତିଘାତ ।।
ସମଗ୍ର ଓଡ଼ିଶା ପ୍ରଦେଶରେ ଛନ୍ତି
ସହସ୍ରାଧିକ ସଦସ୍ୟ ।
ସେବାକାର୍ଯ୍ୟ ଭଳି ପୂଣ୍ୟ କାର୍ଯ୍ଯେରତ
ବଦନେ ଫୁଟାଇ ହସ ।।
ଦୁଃଖୀରଙ୍କି ପୁଣି ଅନାଥ ଜନଙ୍କ
ସେବା କରିବାର ଇଚ୍ଛା ।
ଗୁଣ୍ଡୁଚି ମୂଷାର ଭୂମିକା ଆମର
ପାଇ ସଭିଙ୍କ ଶୁଭେଚ୍ଛା ।।
ଗରୀବ ଗୁରୁବା ଭିକାରୀ ବେକାରୀ
ସଭିଙ୍କୁ କରି ଆଦର ।
ମିଳିମିଶି ଆମେ ଆଗକୁ ବଢ଼ିବା
ସର୍ବେ ଭଗ୍ନୀ ସହୋଦର ।।
ମହତ ଉଦ୍ଦେଶ୍ୟ ମହତ କର୍ତ୍ତବ୍ୟ
ହେଉ ସଭିଙ୍କର ଲକ୍ଷ୍ୟ ।
ମାନବ ଜୀବନେ ମାନବୀୟ କର୍ମେ
ସେବା, ଦୟା, କ୍ଷମା ମୁଖ୍ୟ ।।
"ମାନବ ସେବା ହିଁ ମାଧବ ସେବା" ତ
ବାଛି ଅଛି ଏହି ପଥ ।
ସାରା ଦୁନିଆଁରେ ନ ରହନ୍ତୁ କେହି
ଦୁଃଖୀ, ଦରିଦ୍ର, ଅନାଥ ।।
ଆମ ଅନୁଷ୍ଠାନ ପାଳେ ଜନ୍ମଦିନ
ଦେଇ ଏହି ଶୁଭ ବାର୍ତ୍ତା ।
ସଭିଙ୍କ ଉପରେ ଜଗତର ନାଥ
ସେହି ଏକା ତ୍ରାଣକର୍ତ୍ତା ।।
