ସିଂହବାହିନୀ
ସିଂହବାହିନୀ
ବରଷକ ଥରେ ଆସ ଅବତରି,
ରକ୍ଷା କରୁଅଛ ଦୁଷ୍ଟ ନାଶ କରି ।
ଧର୍ମ ସଂସ୍ଥାପନ କର୍ତ୍ତବ୍ୟ ତୁମର,
ପୂଜା କରୁଥିବୁ ମାଁ ତୁମ ପୟର ।
ଯୁଗେ ଯୁଗେ ମାଁ ଗୋ ମହିଷାମର୍ଦ୍ଦିନୀ,
ଘେନା କରୁଅଛ ଭକ୍ତଙ୍କ ଦୟିନୀ ।
ଧରାକୁ ମଣେ ଯେ ସରାର ସମାନ,
ତାକୁ ନାଶିବାକୁ ତୁମ୍ଭ ଆଗମନ ।
ଅନ୍ୟାୟ ଦୁର୍ନୀତି ପାର ନା ଗୋ ସହି,
ଦୁଷ୍ଟ ନାଶୀ ତୁମ୍ଭେ ରକ୍ଷା କର ମହୀ ।
ଗର୍ବ ଅହଂକାରେ ଘୃଣ୍ୟ ଦୃଷ୍ଟି ତୁମ,
ଖର୍ବ କର ବୋଲି ଦୁର୍ଗା ତବ ନାମ ।
ପାପୀ ମାନଙ୍କର କରିଣ ବିନାଶ,
ପୂଣ୍ୟ କର୍ମୀଙ୍କର ବଢ଼ାଅ ସାହସ ।
ଅନ୍ୟାୟକୁ ଯିଏ କରଇ ମାନଇ,
ତାକୁ ତୁମେ ମାଗୋ କର ଧରାଶାୟୀ ।
ତୁମେ ମାଁ ଗୋ ଦୁର୍ଗା ଅଟ ମହାଶକ୍ତି,
ହୃଦୟରୁ ସଦା କରୁଅଛି ଭକ୍ତି ।
ନବରାତ୍ରେ ତୁମେ ନବଦୁର୍ଗା ସାଜି,
ପାଳୁଛ ଜଗତ କୋଟି ଜୀବ ରାଜି ।
ତୁମ ଆବାହନେ ନବରାତ୍ରୀ ପୂଜା,
ଧରାବତରଣରେ ଆସ ଦଶଭୁଜା ।
ବିକଳେ କାନ୍ଦୁଛି ଧର୍ମ ଯେ ବାହୁନି,
ପାପୀଙ୍କୁ ବିନାଶ ହେ ସିଂହବାହିନୀ ।
