Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.0  

Gyanendriya Dash

Inspirational Others

ହସ

ହସ

1 min
166



ଦିବ୍ୟ ଅଳଙ୍କାର ଅଟଇ ହସ,

କରିପାରେ ସିଏ ସଭିଙ୍କୁ ବଶ ।

ଦୁଃଖ ବିପରୀତ ସୁଖ ପ୍ରକାଶ,

କାନ୍ଦ ବିପରୀତ ଅଟଇ ହସ ।

ନକାରାତ୍ମକକୁ ଦେଇ ବିଦାୟ,

ସକାରାତ୍ମକରେ ପାଅ ବିଜୟ ।

ହସ ଆଣେ ସଦା ପ୍ରଫୁଲ୍ଲ ଚିତ୍ତ,

ଖୁସିକୁ କରେ ସେ ନିଜ ଆୟତ୍ତ ।

ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ହସିବା,

ହସ ମହୌଷଧି ବୋଲି ଜାଣିବା ।

ଶାନ୍ତି, ମୈତ୍ରୀ, ପ୍ରୀତି ହସରେ ଅଛି,

ହସ ଆଣେ ଆତ୍ମୀୟତାକୁ ବାଛି ।

ହସି ହସାଇବା ସଭିଙ୍କୁ ଭାଇ,

କା ମନରେ ଟିକେ ଦୁଃଖ ନ ଦେଇ ।

ହସ ହସ ମୁହେଁ ରହିଛି ତେଜ,

ନେଇଣ ଶପଥ ହସିବା ଆଜ ।

ଚିନ୍ତା,ଦୁଃଖ, ଅନୁତାପର ଭୟ,

ନ ଥାଏ ରଖିଲେ ହସରେ ଲୟ ।

ହସ ସାଥେ ଆଣେ ସଫଳତାକୁ,

ଆକର୍ଷିତ କରେ ସବୁ ଜନକୁ ।

ଈଶ୍ବର ପ୍ରଦତ୍ତ ଅଟଇ ହସ,

ଜନ ମାନସକୁ କରଇ ବଶ ।

ନାଚିବା, ଗାଇବା, ହସିବା ସର୍ବେ,

ସୁଖ ସୌହାର୍ଦ୍ଦ୍ୟରେ ଜୀଇଁବା ଗର୍ବେ ।

         


Rate this content
Log in

Similar oriya poem from Inspirational