STORYMIRROR

Gyanendriya Dash

Others

4  

Gyanendriya Dash

Others

ଭୋଟ ଆସୁଛେ

ଭୋଟ ଆସୁଛେ

1 min
10


ଆସୁଛେ ଆସୁଛେ ଭୋଟ୍,

ଘରକେ ଘର୍ ଉଛୁଲି ପଡ଼ବା

ମଦ୍ କୁକୁରା ନୋଟ୍ ।।

ପାଁଚ୍ ବଛରେ ଥରେ ଆଏସି,

ନୂଆଁ ସରକାର୍ ଗଢ଼ବାର ଲାଗି

ନେତା ନେତା କସାକସି ।।

ରାଏଜ ଚଲାବାର୍ ଲାଗିଁ,

ପଏସାର୍ ଲୋଭ୍ ଦେଖେଇ କରି

ଯାଏସନ୍ ଭୋଟ ମାଗି ।।

ଜିତିଗଲେ ହେସନ୍ ରଜା,

ପାଁଚ ବଛର୍ ତକ୍ ପକେଟ୍ ଗରମ୍

ଦେଖସନ୍ ଦୁଃଖିର ମଜା ।।

ଭୋଟ୍ ଆଗରୁ କେତେ କଥା,

ଇଟା କରମୁ ସେଟା କରମୁ

ଭୋଟ୍ ସରଲେ କାଟିଦେବେ ଚିତା ।।

ଦେଖିକରି ଭୋଟ୍ ଦେମା,

ଲୁକର୍ ଯେ କରବା କାମ୍

ତାହାକେ ଇଥର ଜିତାମା ।।

ଦେଶ ରାଏଜ୍ କେ ଯିଏ,

ଆମର୍ ସଂସ୍କୃତି ପରମ୍ପରା କେ

ଭଲ ପାଉଥିଲେ ଭୋଟ୍ ପାଏବା ସିଏ ।।

ନାଇଁ କରବ ହେଲା,

ମଦ୍ କୁକୁରା ପଏସା ଲୁଭେଁ

ନାଇଁ ବୁଡାଵ ଭେଲା ।।

ସଭେ ଭୋଟ ଦେମା,

ଭଲ୍ ଲୋକକେ ଭୋଟ୍ ଦେଇ

ନୂଆଁ ସରକାର୍ ଗଢମା ।।

     


Rate this content
Log in