ଯୁଗ ସ୍ରଷ୍ଟା ଅକ୍ଷୟ
ଯୁଗ ସ୍ରଷ୍ଟା ଅକ୍ଷୟ
ଚିର ବନ୍ଦନୀୟ ତୁମେ,
ଚାଲିଗଲ କେଉଁ ଧାମେ
ଯୁଗ ସ୍ରଷ୍ଟା ବନ୍ଧୁ ଦେଉଛୁ ବିଦାୟ
ଅମର ଅକ୍ଷୟ ନାମେ ।
କାଲି ଥିଲ ଆଜି ନାଇଁ,
ଛାଡ଼ିଗଲ କାହିଁ ପାଇଁ
ଝୁରି ହେଉଅଛୁଁ ଝୁରି ହେଉଥିବୁ
ଯେତେଦିନ ଥିବୁ ଜୀଇଁ ।
ଯୁଗ ସ୍ରଷ୍ଟା ହେ ଅକ୍ଷୟ,
ସୃଷ୍ଟି ତୁମ ବନ୍ଦନୀୟ
ଆଉ କି ପାଇବୁ ନୂଆଁ କୀର୍ତ୍ତିରାଜି
ଯାହାକି ଅମୃତମୟ ।
ପ୍ରତିଦିନ ପ୍ରତି କ୍ଷଣ,
ତୁମେ ଥିଲ ଆମ ପ୍ରାଣ
ତୁମ ବିନା ବନ୍ଧୁ ଅମୃତ ଅକ୍ଷୟ
ଜୀଇଁ ବି ନିର୍ଜୀବ ଜାଣ ।
କେଉଁଠିକି ଗଲ ଚାଲି,
ଆମକୁ ଯାଇଣ ଭୁଲି
ଯେଉଁଠି ବି ଥାଅ ଯେତେ ଦୁରେ ଥାଅ
ଘେନ ଆମ ଶ୍ରଦ୍ଧାଞ୍ଜଳି ।
