Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational

4.0  

Gyanendriya Dash

Inspirational

ଦେଶପ୍ରେମୀ ଗଙ୍ଗାଧର

ଦେଶପ୍ରେମୀ ଗଙ୍ଗାଧର

1 min
146



ପଶ୍ଚିମ ଓଡିଶା ବରପାଲି ଗ୍ରାମେ

ଜନ୍ମି ପୂଜ୍ୟ ଗଙ୍ଗାଧର ।

କାବ୍ୟ ଓ କବିତା ଲେଖନୀ ମୁନରେ

ଲେଖିଲ ଦେଶପ୍ରେମର ।୧।

ପ୍ରକୃତିର କବି ହେ ମହାନ ସ୍ରଷ୍ଟା

ରାଜ୍ୟ ଦେଶ ଦେଶାନ୍ତର ।

ସୃଷ୍ଟି ତଵ ଖ୍ୟାତ ହେ ମହାନ କବି

ଦେଶପ୍ରେମୀ ଗଙ୍ଗାଧର ।୨।

ବିଶ୍ୱ ମଧୁମୟ ବିଶ୍ୱ ଜୀବନର

ପ୍ରଣୟ ବଲ୍ଲରୀ ଗାଥା ।

ଇନ୍ଦୁମତି ତଵ ବିଶ୍ୱ ଦରବାରେ

ଘୁରାଇ ଦେଉଛି ମଥା ।୩।

ତୀକ୍ଷ୍ଣ ଥିଲା ତଵ କଲମର ମୁନ

ଦେଶପ୍ରେମ ସୃଷ୍ଟି ପାଇଁ ।

କୌଳିକ ବୃତ୍ତିରୁ କବିତା ସମ୍ଭାର

ମାଗୁଥିଲା ଜନ୍ମଭୂଇଁ ।୪।

ତୁମପାଇଁ କବି ପଶ୍ଚିମ ଓଡିଶା

ସାହିତ୍ୟ ଜଗତେ ଶ୍ରେଷ୍ଠ ।

କବିତା ବନିତା ଦେଶପ୍ରେମ ଗାଥା

କରିଛି ପୁର ବୈକୁଣ୍ଠ ।୫।

କବିତା ଅମୃତ ବର୍ଷଣ କରିଣ

ଢାଳିଦେଲ ଦେଶପ୍ରେମ ।

ପ୍ରକୃତି ମାତାର ଯୋଗ୍ୟତମ ସୁତ

ଘେନିବ ମୋର ପ୍ରଣାମ ।୬।

      --------------------


Rate this content
Log in

Similar oriya poem from Inspirational