STORYMIRROR

Binodini Dash

Inspirational

3  

Binodini Dash

Inspirational

ଶରଧା ଟିକିଏ ଦିଅ

ଶରଧା ଟିକିଏ ଦିଅ

1 min
348

କନ୍ୟାଟିଏ ପରା ଆମ ଏହି ଧରା

ଜନନୀ ଭଗିନୀ ଜାୟା

ତା' ବିନା ସଂସାର ନିଶ୍ଚୟ ଅସାର

ନ ବିସ୍ତାରି ପାରେ କାୟା

ତାହାର ଉପସ୍ଥିତି

ବୁଝଇ କେବଳ ସମାଜ ବୁକୁରେ 

ମଣିଷପଣିଆ ମତି

ସିଏ ସଭିଙ୍କର ଗତି ସ୍ଥିତି ।


ଜନମ ପୂର୍ବରୁ କାହିଁକି ମନରୁ

ନ ଉତ୍ତାରି କୂଟ ଭାବ

ଭ୍ରୁଣହତ୍ୟା କରି ପାପେ ହୋଇ ଘାରି

ଯାତନାକୁ ବରୁଥିବ

ସିଏ ହେଲେ ଜନମ

ରାଣୀ ଲକ୍ଷ୍ମୀ ବାଈ କଳ୍ପନା ଚାୱଲା

ଦ୍ରଉପଦୀ ମୁର୍ମୁ ହେବ

ନାନା ଯଶକୀର୍ତ୍ତି ଅରଯିବ ।


କରେ ନିବେଦନ ହୋଇ ସଚେତନ

କିଆଁ ହେବ ଅଚେତନ

ପଚାରି ରେ ମନ ବିବେକର ସ୍ବନ

ଶୁଣି ନିଜକୁ ଶୋଧନ

ଯଦି କରି ପାରିବ

ଗୃହ ଅଗଣାଟି ଉପବନ ସମ

କନ୍ୟା ଫୁଲେ ମହକିବ

ତା'ର ସୁବାସ ପ୍ରସରୁଥିବ ।


ରତ୍ନ ସମ ସିଏ ଗୃହମଣିଟିଏ

ଜଳି ଆନେ ଆଲୋକିତ

ବୁଝି ତା'ର ଅଳି ସ୍ନେହ ପ୍ରେମ ଢାଳି

କର ତା'କୁ ବିକଶିତ

ଜାଗି ପ୍ରତି ହୃଦୟ

ତା'ଠାରେ ସେ ତିନି ରୂପ ଦେଖିବାକୁ

ରୋଧି ଅଜ୍ଞାନତା ସୁଅ

ତା'କୁ ଶରଧା ଟିକିଏ ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational