STORYMIRROR

Ramachandra Bhutia

Inspirational

4  

Ramachandra Bhutia

Inspirational

ମୁକ୍ତକେଶୀ

ମୁକ୍ତକେଶୀ

1 min
230

ହେବାକୁ ଚାହେଁ ମୁଁ ଆଉଥରେ ମୁକ୍ତକେଶୀ

ସବୁ ଅନ୍ୟାୟୀ ଅତ୍ୟାଚାରୀ ଦୁଃଶାସନର ଲହୁରେ

ଧୌତ କରିବାକୁ କେଶ

ଦେବାକୁ ଦୁରାଚାରୀ ମାନଗୋବିନ୍ଦର ମିଥ୍ୟା ଅଭିମାନ ଧ୍ୱଂସି


ସ୍ମରଣରେ ନାହିଁ ତା'ର ବୋଧହୁଏ ଦଶାନନର ଦୂରବସ୍ଥା

ନାଶ ହୋଇଥିଲା ସେ କୁଟୁମ୍ବ ସହିତେ 

ପତନ ହୋଇଥିଲା କନକର ଲଙ୍କା

ନାରୀର ଅମର୍ଯ୍ୟାଦା କରି ନିରଙ୍କୁଶ ରାବଣର କି ହିନସ୍ତା !!


ଭ୍ରମରେ ପଡି ସେ ମୋତେ କହୁଛି ଅବଳା

ମୋର କ୍ଷମାକୁ କରି ଉପହାସ ଭାବେ ମୋତେ ଶକ୍ତିହୀନା

ଭୁଲି ଯାଉଛି ସେ ଥରେ ହେଲେ ମୁଁ ମୁକ୍ତକେଶୀ

ଶେଷ କରିଦେବି ତା'ର ସବୁ ଲୀଳାଖେଳା


କରୁଛି ସେ ବାଧ୍ୟ ମୋତେ ହେବାକୁ ମୁକ୍ତକେଶୀ

ହୃଦୟରୁ ସ୍ନେହ ମମତା କରୁଣାକୁ ତ୍ୟାଗ କରି

ହେବାକୁ ସଂହାର କାରେଣୀ, ଜାଣି ସେ ପାରୁନି

ଯାଉଛି ଯେଉଁ ପଥରେ ଆଗେ ଯିବ ସ୍ଵଂୟ ଧ୍ୱଂସି


କ'ଣ ସେ ଆତତାୟୀ ମହିଷା ଠାରୁ ବି ସଶକ୍ତ ? ହେଉଛି ଉଦ୍ଧତ!!

ସହିଷ୍ଣୁତାର ସବୁ ସୀମା ଡେଇଁ ଗଲେ ସେ,

ହେବି ମୁଁ ବିମୁକ୍ତ, ଦେବା ପାଇଁ ତାକୁ ପରାଭୂତ

ନିଶ୍ଚୟ ହେବି ମୁଁ ମୁକ୍ତକେଶ


କର ନା ନାରୀର କଦାପି ଅପମାନ

ସେ ସର୍ଵସଂହା ମାତା ତୋ ସୃଷ୍ଟିର କାରଣ

ଯୁଗେ ଯୁଗେ ନାରୀର ଅପମାନ କରି ଦୁଷ୍ଟ ହୋଇଛନ୍ତି ଧ୍ୱଂସ

କର ନା ବିବଶ ତାକୁ ହେବା ପାଇଁ ମୁକ୍ତକେଶ !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational