Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ramachandra Bhutia

Abstract Classics Inspirational

4  

Ramachandra Bhutia

Abstract Classics Inspirational

ମା ସରସ୍ୱତୀ ବନ୍ଦନା

ମା ସରସ୍ୱତୀ ବନ୍ଦନା

1 min
239


ବିଦ୍ୟା ପ୍ରଦାୟିଣୀ ମା'ଲୋ ଘେନ ମୋର ଭକତି

ଅବୋଧ ବାଳକ ମୁହିଁ ମା' କରେ ପଦେ ପ୍ରଣତି ।


ମରାଳ ବାହିନୀ ହେ ଦେବୀ ସତ୍ତ୍ୱଗୁଣ ଧାରିଣୀ

ଶ୍ୱେତାମ୍ବରୀ ହଂସଆରୁଢ଼ା ମା'ଗୋ ବିଶ୍ଵଜନନୀ ।


ଆଦିଶକ୍ତି ଜଗଜ୍ଜନନୀ ଶ୍ୱେତପଦ୍ମେ ଆସୀନା

କରରେ ପୁସ୍ତକ ଆବର ପୁଣି ଶୋହଇ ବୀଣା ।


କର୍ଣ୍ଣପଟେ ରତ୍ନକୁଣ୍ଡଳ ହସ୍ତେ ରୁଦ୍ରାକ୍ଷ ମାଳ

ବକ୍ଷପରେ ଗଜମୋତି କୁ ସାଥେ ମୁକୁତା ମାଳ ।


ଜ୍ଞାନ ପ୍ରଦାୟିଣୀ ମା ଲୋ ହେଲେ ତୁହି ସଦୟ

ରୋଗଶୋକ ଦୂର ହୁଅଇ କଟେ ଶତ୍ରୁର ଭୟ ।


ତୋର ଦୟା ବଳେ ମାଆ' ଲୋ ଅତି ମୂରୁଖ ଜନ

ଜଗତରେ ଜ୍ଞାନୀ ବୋଲାଏ ପାଇ ସେ ଦିବ୍ୟଜ୍ଞାନ ।


ଶାରଦା ବରଦା ତୁହି ମା ଅଟୁ ଅଭୟଦାତ୍ରୀ

ତୋର ସେବା କରି ମାନବ ଲଭେ ଅଚିରେ ମୁକ୍ତି ।


ଭଗବତୀ ବୀଣାପାଣି ମା ଆଦ୍ୟାଶକ୍ତି ବାଗ୍‌ଦେବୀ

ତୋର କୃପା ବଳେ ହୃଦୟେ ଉଦେ ଜ୍ଞାନର ରବି ।


ଆଦି ପରାଶକ୍ତି ତୁହି ମା ବାରେ ହୁଅ ପ୍ରତ୍ୟକ୍ଷ

ତୋର ସ୍ତବ ଗାଇବାକୁ ମାଆ ନୋହେଁ ଅଧମ ସକ୍ଷ ।


ଜାଣିନାହିଁ ମନ୍ତ୍ର ତନ୍ତ୍ର ମା ନାହିଁ ଶାସ୍ତ୍ର ରେ ଜ୍ଞାନ

କେବଳ ନିଃର୍ବୋଧ ଭାବରେ କରେ ତୋତେ ଜଣାଣ ।


ତୁ ପରା ଜଗତ ଜନନୀ ମୁଁ ଯେ ତୋର ସନ୍ତାନ

ଦୋଷତ୍ରୁଟି ଅଛି ଯାହା ମାଆ ମାତୃ ପଣ ରେ କ୍ଷମ ।



Rate this content
Log in