STORYMIRROR

Ramachandra Bhutia

Abstract Tragedy Inspirational

3  

Ramachandra Bhutia

Abstract Tragedy Inspirational

ମୁଁ ପୁରୁଷ

ମୁଁ ପୁରୁଷ

1 min
159

ମୁଁ ପୁରୁଷ !!

ଝରାଇ ପାରିବିନି ଲୁହ

ନାହିଁ ଅଭିମାନ କୋହ

ଥାଉ ଯେତେ ଦୁଃଖ,

ପ୍ରଚେଷ୍ଟା ମୋ ହେବାକୁ ହସହସ

କାରଣ?

ମୁଁ ପୁରୁଷ !!


ମୁଁ ପୁରୁଷ !!

ପ୍ରସ୍ତର କଠୋର ସମ

ଅଟେ ମୋ ହୃଦୟ

ପାରିବିନି ମନା କରି,

ମୁଁ ନିରୁପାୟ  !

କରିବିନି ଚିତ୍କାର ମୁଁ 

ପାଇଲେ ଆଘାତ

ନ ହେଲେ କହିବେ ପରା 

ମୋତେ ନଃପୁସକ

କାରଣ?

ମୁଁ ପୁରୁଷ !!


ମୁଁ ପୁରୁଷ !!

ଅଛି ମୋର ମାନ 

କିନ୍ତୁ, ଯଦି ହୁଏ ଅପମାନ

କରି ପାରେନାହିଁ ତଥାପି

ମୁଁ ଅଭିମାନ,

ବିଶ୍ରାମ ବି ହୋଇଥାଏ, ଉପହାସ

ଯଦି ହୋଇନି ମୁଁ ଅବଶ

କାରଣ?

ମୁଁ ପୁରୁଷ !!


ମୁଁ ପୁରୁଷ !!

ସବୁ ଦୋଷରେ ମୁଁ ଦୋଷୀ

ଭୁଲ୍ ନ ଥାଉ ମୋହର

ଦୋଷ ବି ଦେବି କାହାକୁ

ସବୁ ତ ନିଜର,

କହି ବି ପାରେନା ମୋର

କଷ୍ଟ ଆଉ କ୍ଲେଶ

କାରଣ?

ମୁଁ ପୁରୁଷ !!


ମୁଁ ପୁରୁଷ !!

କର୍ତ୍ତବ୍ୟ କରେ ମୁଁ

ହୋଇ ଅନୁଶାସିତ

ହେବିନି କେବେ ବିଚ୍ୟୁତ,

କରେ ମୁଁ ଶପଥ

କରିବିନି ପଳାୟନ

ହୁଏ ପଛେ ମୃତ,

ବଞ୍ଚିପାରିବିନି ହୋଇ

ମୁଁ' କାପୁରୁଷ

କାରଣ?

ମୁଁ ପୁରୁଷ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract