STORYMIRROR

Ramachandra Bhutia

Tragedy Inspirational

3  

Ramachandra Bhutia

Tragedy Inspirational

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

1 min
167

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ଯାହା ସୁଖ ଦେଲୁ ଭରିଗଲା ମନ

ତୋ ଛଳନା ସେତିକି ଥାଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ


ମାଆ ବୋଲି ତୋତେ କରି ମୁଁ ଭରସା

ମିଛେ ହେଲି ସିନା ଖାଲି ଲୋକହସା

ସେତିକିରେ ତୋର ଭରିଲାନି ମନ

କି କହିବି ଯାହା କରୁ ହୀନିମାନ


ମୋ ଆଖି ଲୁହରେ ଧୁଏ ତୋ ଚରଣ

ଲୁହ ନୁହଁ ଏ ମୋ ଛାତିର ଲହୁ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ


ତୋ' ପଣତ ଛାଇକୁ କରି ମୁଁ ଆଶ୍ରୟ

କରିନାହିଁ କେବେ କାହାକୁ ମୁଁ ଭୟ

ସେଥିପାଇଁ କି ଏ ତାର ପରିଣାମ

ଜୀବନ ଜିଉଁଛି ପାଇ ଖାଲି ଅପମାନ


ମାଗିବି ନାହିଁ ମୁଁ ତୋତେ ଆଉ କିଛି

କିଛି ଗୁହାରୀ ନାହିଁ ମୋ ଆଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ


ତୋହରି ଦୁଆରେ କରପତ୍ର ଯୋଡ଼ି

ମାଆ ବୋଲି ଯେତେ ଡାକେ ମୁଣ୍ଡକୋଡ଼ି

ପାଷାଣ ଦେଉଳେ ହେଲୁ କି ପ୍ରସ୍ତର

ମାଆ ହୋଇ ହେଲୁ ମୋ ପାଇଁ ନିଷ୍ଠୁର


ମରିଯିବି ସିନା ଭାଗ୍ୟେ ଦେଇ ଦୋଷ

ତୋ କରୁଣା ସେତିକି ଥାଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ


ଆଶିଷ ନ ଦେଲେ ଦେ ଅଭିଶାପ 

ନାହିଁ ମୋ ମନରେ ଟିକିଏ ସନ୍ତାପ

ତୋ କୃପା ଭଣ୍ଡାରେ ନାହିଁ ମୋର ଅଧିକାର

ସେଥିପାଇଁ ସିନା ହେଲି ହତାଦର


ମୋ ଲୁହରେ ଯଦି ଆନନ୍ଦ ତୋହର

ସବୁ ଜନ୍ମେ ଥାଉ ଏ ଦୁଃଖ ମୋହର

ତୋର ଜୟଜୟ କାର ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ


ମାଆ ତୋ ଇଚ୍ଛା ହିଁ ପୂରଣ ହେଉ

ମାଆ ତୋ ଇଚ୍ଛା ହିଁ ପୂରଣ ହେଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy