STORYMIRROR

Dr. Pratap Kumar Swain

Tragedy

4  

Dr. Pratap Kumar Swain

Tragedy

କବିର ଦୁଃଖ (ଷଷ୍ଠ ଭାଗ )

କବିର ଦୁଃଖ (ଷଷ୍ଠ ଭାଗ )

2 mins
358


କବିର ହୃଦୟ ସଦା ସ୍ପନ୍ଦିତ

ସମାଜର ହିତ ପାଇଁ ।

ସେଥିପାଇଁ କବି ସାହିତ୍ୟକୁ

ସଦା ସଜାଏ ରଙ୍ଗ ଦେଇ।

ଅନାଥ ଆଶ୍ରମେ ଜୀବନ ବିତାନ୍ତି

କେତେ ଯେ ନିଷ୍ପାପ ପ୍ରାଣ

ବାପ ମାଆଙ୍କର ପରିଚୟ ଖୋଜି

କଟି ଯାଏ ତାଙ୍କ ଦିନ।

ଗାଁ ଲାଗୁଅଛି କୋଳାହଳ ଶୂନ୍ୟ

ନାହିଁ ଭାଗବତ ଟୁଙ୍ଗୀ

ସାଧୁ ପ୍ରଧାନଟା ରାସ୍ତାରେ ପଡିଛି

ଛାଡି ତାର ପିନ୍ଧାଲୁଙ୍ଗୀ ।

ପାଖରେ ଥୋଇଛି ସୁରା ବୋତଲଟା

ଠିପିତାର ଖୋଲିଦେଇ।

ଗାଁ ଚେଙ୍ଗଡାଏ ପିଇଦେଇ ତାକୁ

ରଙ୍ଗପାଣିଦେଲେ ଥୋଇ।

ଘରେ ତାର ପିଲା ତିନିଦିନ ହେଲା

ଜ୍ବରରେ ପଡିଛି ପୁଣି

ପେଟେ ପିଇଦେଇ ଗଡୁଅଛି ସିନା

ଔଷଧ ପାରୁନି କିଣି।

ଗାଁ ଆମ୍ବ ତୋଟା ଶୂନଶାନ ଲାଗେ

ବସନ୍ତ ଆସଇ ଯେବେ

କୋଇଲି ଟା ଏଠି ପୋଇଲି ସାଜି

ଦାଦନ ଟୁଛି ଏବେ।

ବେସୁରା ରାଗରେ କାନ୍ଦୁଅଛି ସିଏ

ପ୍ରଦୂଷିତ ଧରାପୃଷ୍ଠେ

ଅଭିଶାପ ଦେଇ ମଣିଷ କୁ ସିଏ

ରହିଅଛି ଆଜି କଷ୍ଟେ।

ନଭ ନାଭିପରେ ଦିଶୁନାହିଁ ଆଉ

ଇନ୍ଦ୍ରଧନୁ ର ଶୋଭା।

ଫୁଲ ନାହିଁ ବୋଲି ତରୁଣୀଟି ପୁଣି

ସଜାଇ ପାରୁନି ଗଭା।

ନାଲି ଟୁକୁଟୁକୁ ସାଧବ ବୋହୂଟି

ଯାଇଛିକି ବାପ ଘର

ବରଷା ପଡିଲେ ଦିଶୁନାହିଁ ଆଉ

ଚାଲି ତାର ତରତର।

ଢିଙ୍କି ବଦଳରେ ଗାଁ ଗହଳିରେ

ଧାନ କଳ ରହିଅଛି।

ଧାନ ଉତ୍ପାଦନ କମି କମି ଯାଏ

ଚାଷ ଜମି ବିକେ ଚାଷୀ।

ପୂଜା ପାର୍ବଣରେ ଟୋକାମାନଙ୍କର

ଚାଲିଛି ଲଙ୍ଗଳା ନାଚ

ଗାଆଁ ଟା ଆଜି ବିଶୃଙ୍ଖଳାରେ

ସହରକୁ କରେ ପଛ।

କଥା କଥା କେ ଫିଟାଇ ଦିଅନ୍ତି 

କେତେଯେ ଶଦ୍ଦକୋଷ

ଟିକିଏ କାମରେ ଲୋଡା ହୁଏ ଏଠି

ମଦ ସାଙ୍ଗ କୁ ମାଉଁସ।

ଗାଁ ଧାଇ ବୁଢି ଖୋଜା ପଡୁନାହିଁ

ପିଲା ଜନ୍ମ ବେଳେଆଉ

ଅସ୍ତ୍ରୋପଚାର ରେ ପିଲା ଜନ୍ମ ହୁଏ

ଡାକ୍ତର ଖାଆନ୍ତି ଭାଉ।

ଚିଲ ଶାଗୁଣାଯେ ଧରାଧାମ ଛାଡି

ସ୍ବର୍ଗକୁ ଗଲେଣି ଚାଲି

ପଶୁ ପକ୍ଷୀ ଶବ ପଡିରହିଏଠି

ଯାଏ ତା ଶରୀର ଫୁଲି।

ସହରରେ ଖାଲି କିଣାବିକାଚାଲେ

ପେଟ ପାଇଁ ଚାଲେ ନାଟ

ରାସ୍ତାକଡରେ ଭିକାରୀ

ବିଚରା ହେଉଥାଏ ଛଟପଟ।

ଆଈ ବୁଢି ଆଉ ଶୁଣଉ ନାହିଁ

କାହଣୀ ପେଡିରୁଗପ

ଅସୁରୁଣୀ ବୁଢୀ ଗପଟିଏ

ଆଜି ପୁସ୍ତକରୁ ହେଲା ଲୋପ।

ଅବିଶ୍ବାସ ଆଜି ସବୁରି ମୁଣ୍ଡରେ

ସଇତାନ ରୂପେ ବସେ

ସେଇଥିପାଇଁକି ମଣିଷ ଟି ଆଜି

ବଞ୍ଚୁଛି ଏଠି ହତାସେ।

କରୋନା ମାତିଛି ଗାଁ ରୁ ସହର

ମଣିଷ ଦେଉଛି ମୁଖା

ଶେଷ ବେଳେ ଜ୍ଞାନ ଉଦୟ ହୁଅଇ

ସତେ ଯେମିତି ସେ ବୋକା।

କବି ଲେଖୁଥାଏ ସମସ୍ତଙ୍କ ପାଇଁ

ମନରେ ତା ନାହିଁ ଭୟ

ତଥାପି ଦୁଃଖ ଲେଖିଲେ ସରେନା

ମନ ତା ହୁଏ ଅଥୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy