STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

କାଳଜୟୀ ତୁମେ ବାଜପେୟୀ

କାଳଜୟୀ ତୁମେ ବାଜପେୟୀ

1 min
420


କାଳଜୟୀ ତୁମେ ବାଜପେୟୀ ଡ଼. ପ୍ରତାପ କୁମାର ସ୍ବାଇଁ ଅଟଳ ଅଚଳ ମହାମାନବହେ ମୃତ୍ୟୁ ତୁମକୁ ପାରେ କି ନେଇ ସୂର୍ଯ୍ୟ ପ୍ରସ୍ଥାନ କରିବା ଆଗରୁ ତୁମେ ଫେରିଗଲ ଆକାଶ ଭୂଇଁ। ଧ୍ରୁବତାରା ସହ ଲୀନ ହେଲ ତୁମେ ବଢାଇଲ ତାର ଜ୍ଯୋତି ମର୍ତ୍ତ୍ଯରୁ ସିନା ବିଦାୟ ନେଲ ଅକ୍ଷୁର୍ଣ୍ଣ ରହିଲା ତୁମର କୀର୍ତ୍ତି । ମନେପଡେ ସେହି ହଜିଲା ଦିନର ପାକିସ୍ତାନ ଯାତ୍ରା କଥା ଲାହୋର ବସ୍ ରେ ଯାତ୍ରା କରି ତୁମେ ଦେଇଥିଲ ବନ୍ଧୁତା ବାର୍ତ୍ତା । ପାକିସ୍ତାନ ସିନା ପ୍ରତାରଣା କରି କରିଲା ଆମକୁ ଆକ୍ରମଣ କାର୍ଗିଲ ବିଜୟ ଚଖାଇ ଆମକୁ ରଖିଲ ଆମର ସ୍ବାଭିମାନ । ଜାତିସଂଘ ରେ ଭାରତ ର ପକ୍ଷ ରଖିଲ ତୁମେ ହିନ୍ଦୀ ରେ କହି ବିଶ୍ବଦରବାରେ ଭାରତ ଆଜି ବନ୍ଦନୀୟା ପୁଣି ତୁମରି ପାଇଁ । ପୋଖରାନ ରେ ପରମାଣୁ ବୋମା ପରୀକ୍ଷା କରିଲ ତିଳେ ନ ଡରି ତୁମରି ଦମ୍ଭ ସାହସ ଆଗରେ ବିଶ୍ବ ନେତା ସବୁ ଗଲେ ତ ଡରି। ଜୟ ଜବାନ ଜୟ କିଷାନ ଜୟ ବିଜ୍ଞାନ କହି ଉନ୍ନତିର ମନ୍ତ୍ର ପ୍ରଚାର କରିଲ ରାଜନୀତିର ଉର୍ଦ୍ଧ୍ବ ରେ ରହି। ଗାଁ ଗାଁ କୁ ଯୋଡିଲ ତୁମେ ପ୍ରଧାନମନ୍ତ୍ରୀ ରାସ୍ତା ତୁମରି ଉପରେ ସବୁ ଭାରତୀୟ ରଖିଥିଲେ ତାଙ୍କ ଆସ୍ଥା। ସ୍ବର୍ଣ୍ଣ ଚତୁର୍ଭୁଜ ତୁମ ଅବଦାନ କାବେରୀ ବିବାଦ କଲ ସମାଧାନ ବିଶ୍ବ ଭ୍ରାତୃତ୍ବ ପ୍ରତିଷ୍ଠା କଲ ଦେଖାଇ ନିଜ ଦକ୍ଷତା । ମହାବାତ୍ୟା ରେ ଓଡ଼ିଶା ସହ ଛିଡାହେଲ ଅଣ୍ଟା ଭିଡ଼ି ଭାଙ୍ଗି ପଡିଥିବା ଓଡ଼ିଶା ବାସୀଙ୍କ ମନୋବଳ ଗଲା ବଢ଼ି। ତୁମରି ଲେଖାରେ ଗରିବର କଥା ହେଇଛି ପ୍ରତିଫଳନ ତୁମ ଲେଖନୀରେ ସୃଜିତ ହୋଇଛି କୁଡ଼ିଆରେ ଭଗବାନ। ତୁମ କୂଟନୀତି ଆଗରେ ହଜିଛି ଆମେରିକାର ନିଦ ତୁମରି ପାଇଁ ବିଶ୍ୱ ଦରବାରେ ବଢ଼ିଛି ଦେଶ ଗୌରବ । ତୁମରି ବନ୍ଦନା କରନ୍ତି ସଭିଏଁ ତୁମେହିଁ ମହାନାୟକ କ୍ଷମତା ର ମୋହ ଗ୍ରାସି ପାରି ନାହିଁ ତୁମକୁ ଜୀବନ ଯାକ। ହେ ମହାମାନବ ଫେରିଆସ ତୁମେ ଆଉଥରେ ନିଅ ଜନ୍ମ ବିଶ୍ବ ଦରବାରେ ପ୍ରଚାର କର ହେ ଶାନ୍ତି ମୈତ୍ରୀ ଓ ମାନବ ଧର୍ମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational