STORYMIRROR

Dr. Pratap Kumar Swain

Abstract Inspirational

4  

Dr. Pratap Kumar Swain

Abstract Inspirational

ମୋ ଦେଶ ଭାରତବର୍ଷ

ମୋ ଦେଶ ଭାରତବର୍ଷ

1 min
237


ମୋ ଦେଶ ଭାରତବର୍ଷ

ହିମାଳୟ ଯାର ମସ୍ତକେ ଶୋଭଇ

ଗଙ୍ଗା କରେ ପଦ ଧୌତ।

ଇଂରେଜ ଆମ ଦେଶକୁ ଆସି

କରିଥିଲା ପରାଧୀନ।

ପରାଧୀନତାର ଶୃଙ୍ଖଳ ଛିଡାଇ

ଦେଶ ହେଲା ମହାନ।

ପ୍ରାଣବଳି ଦେଲେ କେତେ ଭାରତୀୟ

ସ୍ବାର୍ଥ କୁ ଦେଇ ଆହୁତି।

ସବୁରି ପ୍ରାଣରେ ପୁଲକ ଭରିଲା

ଗାଇଲେ ସ୍ବାଧୀନ ଗୀତି।

ଇଂରେଜ ଦେଶୁ ବିତାଡିତ ହେଲେ

କଲେ ଦେଶ ବିଭାଜନ।

ଗୋଟେ ଭାଗ ହେଲା ଭାରତ ପୁଣି

ଅନ୍ଯ ଭାଗ ପାକିସ୍ତାନ ।

ସେଦିନୁ ଜଳୁଛି ଆମର ଏ ଦେଶ

ସନ୍ତ୍ରାସବାଦ ନିଆଁ ରେ।

ପାକିସ୍ତାନ ଆଜି ଆମ ପାଇଁ ଶତ୍ରୁ

ଚୀନ୍ ତା ସପକ୍ଷରେ ।

କାଶ୍ମୀର କୁ ଅସ୍ତ୍ର କରି ପାକିସ୍ତାନ

କରୁଛି ନର ସଂହାର।

ଉଚିତ ଜବାବ ଦେଇଛନ୍ତି ତାକୁ

ଆମ ଦେଶ ସରକାର।

କାଶ୍ମୀର ଏବେ ହରାଇଛି ତାର

ସ୍ବତନ୍ତ୍ର ପ୍ରଦେଶ ସ୍ଥିତି।

ଭାରତୀୟତାରେ ଅଭିମନ୍ତ୍ରିତ

ସବୁ କାଶ୍ମୀର ବାସୀ।

ଲାଲ ଚୌକରେ ଉଡୁଛି ଏବେ

ଆମର ତ୍ରିରଙ୍ଗା ଧ୍ବଜା।

ସନ୍ତ୍ରାସବାଦୀ ହତାଶ ଏବେ

ଦେଖି ଆମ ଦେଶ ଉର୍ଜ୍ଜା ।

ଉତ୍ତର ପ୍ରଦେଶେ ଚାଲିଥିଲା ପୁଣି

ସାମ୍ପ୍ରଦାୟିକ ହିଂସା ।

ସେ ସବୁର ଏବେ ସମାଧାନ ହେଲା

ବିଶ୍ବ କରୁଛି ପ୍ରଶଂସା।

ବିବାଦୀୟ ସ୍ଥଳ ଏବେ ଶାନ୍ତି କ୍ଷେତ୍ର

ହସିବେ ଶ୍ରୀରାମ ଚନ୍ଦ୍ର ।

ମସଜିଦ ଗଢିବେ ମୁସଲିମ ଭାଇ

ବଢିଲା ଦେଶ ଗୌରବ।

ତିନି ତଲାକ ଯେ ଉଚ୍ଛେଦ ହୋଇଲା

ନାରୀ ହେଲା ସଶକ୍ତ।

ସେଥିପାଇଁ ଆମ ଚିର ପ୍ରତିଦ୍ବନ୍ଦୀ

ମୁଣ୍ଡରେ ଦେଇଛି ହାତ।

ଗାଁ ଠୁ ସହର ବିକାଶ ଚାଲିଛି

ବିକାଶ ପଥେ ମୋ ଦେଶ।

ବାଧା ବନ୍ଧନ ଛିଡାଇ ଚାଲିଛି

ଦେଖାଇ ତାର ସାହସ।

ଦେଶରୁ ହଟିବ ଗରିବ ବେକାରୀ

ନାରୀ ନିର୍ଯ୍ଯାତନା ପୁଣି।

ସେଥିପାଇଁ ଆମେ ଲଢେଇ କରିବା

ସବୁ ବାଧାବିଘ୍ନ ଜିଣି।

ଶିଶୁଟିଏ ଆଜି ହେବ ବିକଶିତ

ବୋହିବନି ଶ୍ରମ ଭାର।

ସେଥିପାଇଁ ପରା ତତ୍ପର ଆଜି

ଆମ ଦେଶ ସରକାର।

କୃଷକ ଶ୍ରମିକ ଅବା ବୈଜ୍ଞାନିକ

ସମସ୍ତ ଙ୍କୁ ଦେବା ଶ୍ରେୟ ।

ହସିବ ସାରା ଭାରତ ବର୍ଷ

ବିଶ୍ବ ଗାଇବ ତା ଜୟ ।

ପାକ୍ ଅଧିକୃତ କାଶ୍ମୀର ହୋଇବ

ଆମ ଅବିଚ୍ଛେଦ୍ୟ ଅଂଗ।

ଭାରତ ନେବ ବିଶ୍ବ ନେତୃତ୍ବ

ପଡୋଶୀ ଗର୍ବ ଭାଙ୍ଗିବ।

ବିଶ୍ବ ଗାଇବ ମୋ ଦେଶର ଗାଥା

ସାର୍ଥକ ହେବ ସପନ।

ଗର୍ବ ରେ ସରବେ କରିବା ଆସ

ମୋ ଦେଶର ଜୟଗାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract