STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

ଆସ ଗଢିବା ନୂଆ ଭାରତ

ଆସ ଗଢିବା ନୂଆ ଭାରତ

1 min
389


ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ 

ପରାଧୀନତାର ଶୃଙ୍ଖଳ ଛିଡାଇ

ହୋଇଲୁ ଆମେ ସ୍ବାଧୀନ

କେତେ କେତେ ବୀର ଆତ୍ମବଳି ଦେଲେ

ସାର୍ଥକ କଲେ ସପନ।


ଆମେ ଚଳାଇଲେ ଆମ ସରକାର

ଗଢି ଆମ ସମ୍ବିଧାନ

ସମଗ୍ର ବିଶ୍ବରେ ଇତିହାସ ରଚି

ତୋଳିଲେ କୀର୍ତ୍ତିମାନ।


ବ୍ରିଟିଶ ଦେଶକୁ ଦୁଇଭାଗ କରି

ଫେରିଗଲା ନିଜ ଦେଶେ

ସେଦିନୁ କରୁଛି ପାକିସ୍ତାନ ହିଂସା

ଯୁଦ୍ଧ ରେ ହାରିଲେ ଯେତେ।


ଆମ ସାମରିକ ଶକ୍ତି ଆଗରେ

ଚୀନ୍ ପାରୁନି ତିଷ୍ଠି

ସେଥିପାଇଁ ନାନା ଫନ୍ଦି ଫିକର

ରଚୁଅଛି ନିତି ନିତି।


ପରମାଣୁ ବୋମା ରଖିଅଛୁ ଆମେ

ଆମ ସୁରକ୍ଷା ପାଇଁ

କ୍ଷେପଣାସ୍ତ୍ର ଆମେ ରଖିଅଛୁ

ଆମେ ଶତ୍ରୁ ଦମନ ପାଇଁ ।


ଗରିବ ବେକାରୀ ନାରୀ ନିର୍ଯ୍ଯାତନା

ଶିଶୁ ଶ୍ରମିକ ପ୍ରଥା

ହଟାଇବା ଆମେ ନିଶ୍ଚୟ

ପୁଣି ଗର୍ବେ ଟେକିବା ମଥା।


ବିଦେଶ ରୁ ଆଣିବା ନାହିଁ

କୋଟି କୋଟି ଟଙ୍କା ଋଣ

ସଶକ୍ତ ହୋଇବ ଆମ ଅର୍ଥନୀତି

 ବିକାଶ ମନ୍ତ୍ର ଗାଇଣ।


ଦୁନିଆରେ ଆମେ ହେବା ମହାଶକ୍ତି

ଏକତା ର ମନ୍ତ୍ର ଗାଇ

ପାକ୍ ଅଧିକୃତ କାଶ୍ମୀର କୁ ଆମେ

ଦେଶରେ ଦେବା ମିଶାଇ।


ଶିକ୍ଷା ସ୍ୱାସ୍ଥ୍ୟ ଓ ନ୍ଯାୟ ସଭିଙ୍କୁ

ମାଗଣା ମୋ ଦେଶେ ମିଳୁ

ପାକିସ୍ତାନ ଆମ ଉନ୍ନତି ଦେଖି

ମନେ ପ୍ରତିଦିନ ଭାଳୁ।


ସାରା ବିଶ୍ବରେ ଭାତୃତ୍ବ ଭାବ

ପ୍ରଚାର କରିବା ଆମେ

ଆସ ହେ ଗଢିବା ନୂଆ ଭାରତ

ସ୍ବାର୍ଥ ର ବଳିଦାନେ।


    


Rate this content
Log in

Similar oriya poem from Inspirational