STORYMIRROR

Prasanna Kumar Das

Inspirational

5  

Prasanna Kumar Das

Inspirational

ନାରୀ ତୁମେ ନାରାୟଣୀ

ନାରୀ ତୁମେ ନାରାୟଣୀ

1 min
1.2K

ନାରୀ ତୁମେ ନାରାୟଣୀ ଅର୍ଦ୍ଧନାରୀଶ୍ବରୀ,

ଅବଳା ନୁହେଁ ଶକ୍ତିର ସ୍ବରୂପା ଇଶ୍ବରୀ  ।

ତୁମେ ତପ୍ତ ମରୁଦ୍ୟାନ ଶୀତଳ ନିର୍ଝର ,

ନିଦାଘ ଅନ୍ତେ ପହିଲି ବରଷାର ଧାର ।୧।


ଘନଘୋର ଘଟା ବୁକେ ସୌଦାମିନୀଦ୍ୟୁତି,

ଶରତ ଗଗନେ ଜ୍ୟୋତ୍ସ୍ନା ପୂର୍ଣ୍ଣଇନ୍ଦୁଜ୍ୟୋତି।

ଶୀତୁଆ ସକାଳେ ତୁମେ ଦିନମଣି କର ,

ଋତୁରାଜ ବସନ୍ତର ତ୍ରିବିଧ ସମୀର ।୨।


ତୁମେ କୋକିଳ କାକଳି ହଳଦୀଵସନ୍ତ ,

ତୂମେ ଅଳି କଳି ତୁମେ ପୁଷ୍ପେ ସୁରଭିତ ।

ତୁମେ ଲକ୍ଷ୍ମୀ ଗୌରୀ ଦୁର୍ଗା କାଳୀ ବୀଣାପାଣି ,

ମହିଷାମର୍ଦ୍ଦିନୀ ଚଣ୍ଡମୁଣ୍ଡ ବିନାଶିନୀ  ।୩।


ତୁମେ କନ୍ୟା ଭଗ୍ନୀ ଜାୟା ଜନମଦାୟିନୀ,

ତୁମେ ଦେହ ତୂମେ ପ୍ରାଣ ପ୍ରକୃତ୍ତି ରୂପିଣୀ।

ବରନାରୀ ସୀମନ୍ତିନୀ ସୀମନ୍ତ ସିନ୍ଦୂର ,

ତୁଳସୀ ଚଉରା ତୁମେ ପ୍ରୀତି ଅଗଣାର ।୪।


ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ,

ତୁମେ ସୀତା ଅନୁସୂୟା ଗଂଗା ଗୋଦାବରୀ।

ତୁମେ ତପ ତ୍ୟାଗମୂର୍ତ୍ତି ସର୍ବସହା ଧରା,

ଯୁଗେ ଯୁଗେ ନିର୍ଯ୍ୟାତିତା ନିଷ୍ପେଷିତା ପରା।୫।


ପାପର ପ୍ରାବଲ୍ୟେ ଯେବେ ଧର୍ମ ଯାଏ ନାଶ,

ବିପ୍ର ଧେନୁ ନାରୀ ସାଧୁ ହୁଅନ୍ତି ହତାଶ।

ମହାମାୟୀ ମାୟାଧର ଶକ୍ତି ଅନୁରୂପେ ,

ଆସି ଦୁର୍ଜନ ବିନାଶ ଧର୍ମର ସଂସ୍ଥାପେ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational