STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ଆଜି ମୋର ଜନମର ଦିନ

ଆଜି ମୋର ଜନମର ଦିନ

1 min
9

ଜାତସ୍ୟ ହିଁ ଧୃବ ମୃତ୍ୟୁ ଶରୀର ଅନିତ୍ୟ 

ମିଥ୍ୟା ଏ ମାୟା ସଂସାରେ ପ୍ରାଣୀଏ ଆସକ୍ତ ।

ରେ' ମନ ସବୁ ଜାଣି ଅଜଣା ତୁ ହେଉ 

କାଳର କରାଳ ଚକ୍ରେ ଗତିମାନ ଆୟୁ ।।


କ୍ଷଣ କ୍ଷଣ ଦଣ୍ଡ ଘଡ଼ି ଦିନ ମାସ ବର୍ଷ 

ବିଷୟ ଭୋଗେ ବିତିଲା ଛଅଷଠି ବର୍ଷ।

ଆଜି ମୋର ଜନମର ଦିନ

କାନଡ଼େରି ଶୁଣ ମନ 

କାଳର ଦୁଶ୍ରବ୍ୟ ଡାକ କରାଳ ଗର୍ଜନ ।।


ଦେଖ ଅନନ୍ତ ଅମ୍ଵର ବିସ୍ତୀର୍ଣ୍ଣ ସାଗର

ଅପରିବର୍ତ୍ତିତ ଦିନକର ଶଶଧର ।

ଚୂତବନେ କୋକିଳର ସେହି ପଞ୍ଚତାନ

ଘନ ଜଳଦ ଦର୍ଶନେ ମୟୂର ନର୍ତ୍ତନ।

ବିଲକ୍ଷଣ ବିବର୍ତ୍ତନ ମୋ ଜନମଦିନ।।


ଲୋଳିତ ଚର୍ମ ଶିରାଳ ଦେହର ଢାଙ୍କୁଣି।

ବାତ ପିତ କଫ ବ୍ୟାଧି ଗ୍ରାସ କରିଲେଣି ।

ଗଣ୍ଠି କଟକଟ ଦିଏ ବିକଟ ଯନ୍ତ୍ରଣା 

ତଥାପି ବଞ୍ଚିବା ଲିପ୍ସା ହୁଏ ନାହିଁ ଉଣା ।

ଏବେ ମନ ହୁଅ ସାବଧାନ 

ଅବଧାନ କର ମୋର ନିର୍ମୋହ ବଚନ ।।


ଶରୀର ଅନିତ୍ୟ ଆତ୍ମା ଅବିନାଶୀ ଅଂଶ।

ଦେହ ମୋହ ଛାଡି ମନ ଭଜ ଶ୍ରୀନିବାସ।

ଷଢରିପୁ ତ୍ୟାଗ କର ଫିଟିବ ବନ୍ଧନ 

ସଫଳ ହୋଇବ ଜନ୍ମ କର ଦୃଢ ପଣ । 

ଭବ ବନ୍ଧନର ଭୟ ନରହିବ ତୋର 

ମୃତ୍ୟୁରୁ ଅମୃତ ପଥେ ନେବେ ଚକ୍ରଧର ।।

  *********************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract