STORYMIRROR

Prasanna Kumar Das

Inspirational

4  

Prasanna Kumar Das

Inspirational

ମୃତ୍ୟୁରୁ ଅମୃତ

ମୃତ୍ୟୁରୁ ଅମୃତ

1 min
323

ଯଦି କେବେ ହୁଏ ଅନୁଭୂତ,

ଜୀବନ ପଥରେ ଏକ ଦୃଢ଼ ଅବରୋଧ,

ନିବିଡ ଅମା ଅନ୍ଧାର ଗତିହୀନ ପାଦ,

ଶୁଭେ ଏକ ଆଶ୍ବାସିତ ଅସ୍ପଷ୍ଟ ଶବଦ !

ଆଗେ ଚାଲ ମୁଁ ଅଛି ଅଛି ତୁମ ସଂଗେ

ଦିବା ରଶ୍ମି ଅମା ଅନ୍ଧକାରେ ।

ଜୟ ପରାଜୟ ଜନ୍ମ ନିର୍ବାଣ ବେଳାରେ ।

ସେହି ଏକ କୈବଲ୍ୟ ମୂହୁର୍ତ୍ତ,

ମୃତ୍ୟୁରୁ ଅମୃତ ପ୍ରାପ୍ତି ହୁଏ ଅନୁଭୂତ।

ନୂଆ ଏକ ମୋଡ଼ ନିଏ ଜୀବନର ପଥ।

ନିଶ୍ଚୟ ହୁଏ ବିକଟ ଅମା ରାତ୍ରି ଅନ୍ତ।

ଦିବାକର ସୁନେଲି ରଶ୍ମିର ଉଦ୍ଭାସିତ ନୂତନ ପ୍ରଭାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational