ଆତ୍ମପ୍ରୀତି
ଆତ୍ମପ୍ରୀତି
ହେ’ ସଖା
ମା’ ଜଠରରୁ
ତୁମେ ହୁଅ ଅନୁଭୂତ
ହୃଦୟର ସ୍ପନ୍ଦନ ସହିତ
ସ୍ରଷ୍ଟା ସୃଷ୍ଟି ଉଭୟେ ବିଚିତ୍ର
ପରସ୍ପର ପ୍ରେମମୟ ପ୍ରାଣେ ଅନୁରକ୍ତ l
ସଂଗଠନ ହେଉ ଅ’ବା ହେଉ ବିଘଟନ
ଅବ୍ୟକ୍ତରୁ ବ୍ୟକ୍ତ ରୂପ ନେଇ ଆସ
କରିବାକୁ ସୃଷ୍ଟି ବିଶ୍ଲେଷଣ
ମାତୃ ଗର୍ଭୁଁ ହୁଅ ନିର୍ଗମନ
ଲୀଳା ବିଗ୍ରହ ତନ୍ମୟ
ମାତା ଓ ସଂତାନ l
ହେ ପ୍ରୀୟ
ତୁମେ ମାତା
ତୁମେ ମାତା ସ୍ତନ
ତୁମେ ହିଁ ନବ ଶାବକ
ବୁଭୁକ୍ଷା ତୃଷା ପୀଡିତ ତଟସ୍ତ ପରାଣ l
କ୍ଷୁଧା ତୃଷା ଉପଶମେ କରିଛ ନିଦାନ
ମାତୃ ସ୍ତନୁ ସୁଧା ଧାର ହୁଏ ନିର୍ଝରଣ
ସୁଧାପାନେ ଲଭି ତୃପ୍ତି ହୁଏ ଏକାକାର
ମାତୃପ୍ରେମ ବାତ୍ସଲ୍ୟମମତା
ଏକ ଆତ୍ମା ଦୁଇଟି ଶରୀର l
ଅଭାଜନ ମୁହିଁ
ନାହିଁ ସ୍ଥୁଳଜ୍ଞାନ
ମୁଁ ପ୍ରତ୍ୟେକ୍ଷ ଅଜ୍ଞାନ ନିଧାନ
ହେ ବନ୍ଧୁ !
କେମନ୍ତେ ବର୍ଣିବି ନୈସର୍ଗିକ ନିତ୍ୟ ପ୍ରେମ
ଆତ୍ମପ୍ରୀତି ଶରୀର ମିଳନ ।