Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Chittaranjan Nanda

Abstract Others

4  

Chittaranjan Nanda

Abstract Others

କୁମାର ପୂନେଇଁ ଜହ୍ନଗୋ

କୁମାର ପୂନେଇଁ ଜହ୍ନଗୋ

2 mins
736



କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ବର୍ଷ ଯାକର ଅପେକ୍ଷାରେ କେତେ ରଙ୍ଗର କଳ୍ପନା 

କଳ୍ପନାରେ ସୁଖକୁ କିପରି ଦେବା ନୂଆ ରଙ୍ଗର କାମନା

ଫୁଲ ବଉଳ ବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଦେବୀ ଗଜଲକ୍ଷ୍ମୀ ପୂଜା ହୁଏ ପୂର୍ଣ୍ଣମୀ ତିଥିରେ

ମଣ୍ଡପେ ଆରାଧନା ହୁଏ ଷୋଡଷ ଉପଚାରରେ

ଫୁଲ ବଉଳ ବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ବରଷକେ ଥରେ ଆସେ ଏହି ପରବ

କୁଆଁରୀ ଝିଅଙ୍କ ପୁରି ଆନନ୍ଦ ଅପୂର୍ବ

ଫୁଲ ବଉଳ ବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଜହ୍ନିଓଷା ବ୍ରତ ପାଳନ କରନ୍ତି ଅଳତା, କୁଙ୍କୁମ ନାଇ

ମହା ଆଡମ୍ବରେ କୁଆଁରୀ ପୂଜଇ ମଙ୍ଗଳ ଆଳତୀ ଗାଇ।

ଫୁଲ ବଉଳ ବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ

ନବ ବସ୍ତ୍ର ପିନ୍ଧି କୁଆଁରୀ ମାନଙ୍କ ହୁଅଇ ମେଳି

ଲିଆ, ଫଳମୂଳ ଧରି ସଂଧ୍ୟା ଆଗମନେ ହୁଅଇ ମେଳି

ଫୁଲ ବଉଳ ବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ

ଏହି ପରବରେ କୁଆଁରୀ ପୂଜୁଥାନ୍ତି ଚାନ୍ଦ ଥାଳୀ

ବୃନ୍ଦାବତୀ ମୂଳେ ସଞ୍ଜବତୀ ଜାଳେ, ଗାଁ ପଡେ ଉଛୁଳି

ଫୁଲ ବଉଳ ବେଣୀ,


କୁମାର ପୂନେଇଁ ଜହ୍ନଗୋ

ଫୁଲ ବଉଳ ବେଣୀ,

କୁଆଁରୀ ମନରେ ଉଠେ ହସର ଜୁଆର 

ଅବଦାନ ଥାଏ ଶରତ ପୂର୍ଣ୍ଣିମା ଚନ୍ଦ୍ରମାର  

ଫୁଲ ବଉଳ ବେଣୀ


କୁମାର ପୂନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଘରେ ଘରେ କେତେ ପ୍ରକାରର ପିଠା ପଣା ହୁଏ 

ବେଳ ନ ପଡଇ ଜଣା ଗଜଲକ୍ଷ୍ମୀ ସଙ୍ଗେ ଚନ୍ଦ୍ର ପୂଜା ହୁଏ

ଫୁଲ ବଉଳ ବେଣୀ


କୁଆଁର ପୂନେଇ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ପରିବେଶ ଦୂଷିତରେ ଜଳବାୟୁ ପରିବର୍ତ୍ତନ ହୁଏ 

ଏବେ ପୂନେଇଁ ଦିନରେ ଅଦିନିଆ ବରଷା ହୁଏ

ଫୁଲ ବଉଳବେଣୀ


କୁଆଁର ପୂନେଇ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଜହ୍ନ କଅଣ ରୁଷିଛି, ବଉଦରେ ମୁହଁ ଢାଙ୍କିଛି

ପୂର୍ଣ୍ଣିମା ରାତି ଜାଣି ସତେ କି ଅଳସ ଭାଙ୍ଗୁଛି 

ଫୁଲ ବଉଳବେଣୀ


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ହଜିଗଲାଣି ସେ ପୂର୍ବ ସଂସ୍କୃତି ମୋ ଜାତିର

ଜହ୍ନ ଆଜି ବିଷର୍ଣ୍ଣ, ପୂର୍ବର ନାହିଁ ତେଜ ତାର

ଫୁଲ ବଉଳ ବେଣୀ,


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଆସେ ଅନେକ ଅପାସୋରା ମୂହୁର୍ତ୍ତର ସ୍ମୃତି

ରୋମନ୍ଥନ ହୋଇ କରତି ହୁଏ ଆଜି ଛାତି

ଫୁଲ ବଉଳ ବେଣୀ,


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ନାହିଁ ଆଉ ପଲ୍ଲୀ ଗୀତ, ପୁଚି ଖେଳରେ ମନ

ଗାଁ ଝିଅ ଆଜି ମୋବାଇଲରେ ମନ ଛନ ଛନ 

ଫୁଲ ବଉଳ ବେଣୀ,

              

କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳ ବେଣୀ,

ଆଜି ଜାତି ଧରମ ନାମେ କଳହ ଗ୍ରାମ ଭିତରେ

ଆସ ଆସ ଭଉଣୀ ଭାଇ ରୁଷା ରାଗ ଭୁଲି ଯିବାରେ

ଫୁଲ ବଉଳ ବେଣୀ।


Rate this content
Log in

More oriya poem from Chittaranjan Nanda

Similar oriya poem from Abstract