Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Abstract Inspirational

5  

Binodini Dash

Abstract Inspirational

ହେ ଦେବଶିଳ୍ପୀ

ହେ ଦେବଶିଳ୍ପୀ

1 min
450


(ଛନ୍ଦ-କୌଶିକ)


ଶରତ ଶୋଭାରେ କନ୍ୟା ସଂକ୍ରାନ୍ତିରେ

ଅଶିଣର ପହିଲି ଦିନେ

ତୁମର ଜନମ ଦିନଟି ପାଳନ

ହୁଅଇ ମରତ ଭୁବନେ

ହେ ଦେବଶିଳ୍ପୀ

ସ୍ବାଗତ ଜନେ ଭକତିରେ

କାଶତଣ୍ଡୀ କରେ ଆଲଟ ଚାମର

ତାହାର ଶୁକଳ ଚାମରେ ।


ସୁଧର୍ମାସଭାଠୁ ଇନ୍ଦ୍ରପୁରୀ ଯାଏ

ସକଳ ତୁମରି କୃତିତ୍ୱ

ଶିରୀକ୍ଷେତରରେ ଦାରୁ ଦିଅଁ ଗଢ଼ି

ପ୍ରତିପାଦିତ ଭରା ତତ୍ତ୍ବ

ହେ ଦେବଶିଳ୍ପୀ

ମହମହ ବାସ ଛୁଟଇ

ପରା ତୁମର ଏ କରୁଣା ଉଦକ

ଭକତି ହୃଦୟେ ବୋଳଇ ।


ତୁମ ସମ୍ମାନାର୍ଥେ କ୍ଷୁଦ୍ର ଶିଳ୍ପଠାରୁ

ବୃହତ ଶିଳ୍ପ ପରଯ୍ୟନ୍ତ

ବିଭିନ୍ନ ଶିଳ୍ପୀଙ୍କ ନାନା ଯନ୍ତ୍ରପାତି

ହୁଅଇ ଏଦିନ ପୂଜିତ

ବିଧିବିଧାନେ

ତୁମ ଆବାହନୀ ମନ୍ତ୍ରରେ

ଉଛୁଳି ପଡ଼ଇ ପ୍ରତିଟି ଅଗଣା

ମହାଆନନ୍ଦ ଉଲ୍ଲାସରେ ।


ମଣ୍ଡପରେ ତୁମ ମୂରତିକୁ ସ୍ଥାପି

ନାନା ସ୍ଥାନରେ ଆରାଧନା

ଶଙ୍ଖ ହୁଳହୁଳି ପଡ଼ଇ ଉଛୁଳି

ଜାଗଇ ଭକତି ଭାବନା

ହେ ଦେବଶିଳ୍ପୀ

ଘେନ ମୋର କୋଟି ନମନ

ତୁମ ଆଶିଷରେ ଉନ୍ନତି ପଥରେ

ହୁଅନ୍ତୁ ସର୍ବେ ଧାବମାନ ।



Rate this content
Log in