ରାମ ଫେରିଥିଲେ ଅଯୋଧ୍ୟା ଆଜି
ରାମ ଫେରିଥିଲେ ଅଯୋଧ୍ୟା ଆଜି


ପୁଣ୍ୟ କାର୍ତ୍ତିକରେ ପୁଣ୍ୟ ଦୀପାବଳି
ରାମ ଫେରିଥିଲେ ଅଯୋଧ୍ୟା ଆଜି
ସେହି ସ୍ମୃତି ଗାଥା ସ୍ମରଣ କରୁଛେ
ଦୀପ ଜାଳିବାରେ ସରବେ ମଜି ।
ସର୍ପ ଦଂଶନର ଥିଲା ବୋଲି ଭୟ
ଶ୍ରୀରାମଙ୍କୁ ସେହିଦିନ ସେଠାରେ
ପ୍ରତିଟି ଅଗଣା ଦିଶୁଥିଲା ତୋଫା
ସଜ୍ଜିତ ଥାଇ ଦୀପର ମାଳାରେ ।
ରାବଣକୁ ମାରି ସୀତାଙ୍କୁ ଉଦ୍ଧରି
ଭ୍ରାତା ଲକ୍ଷ୍ମଣର ସାଥେ ଶ୍ରୀରାମ
ରଥୋପବେଶନେ ହେଲେ ଯେବେ ଉଭା
ଆନନ୍ଦେ କମ୍ପିତ ଅଯୋଧ୍ୟା ଧାମ ।
ଆଲୋକ ମାଳାରେ ବାଣ ରୋଶଣିରେ
ସ୍ବାଗତ କରିଲେ ସକଳ ଜନ
ଦେଖି ଶ୍ରୀରାମଙ୍କୁ ପୂରିଲା ହୃଦୟ
ଚଉଦ ବରଷ ଯେମିତି ଶୂନ୍ୟ ।
ସୂର୍ଯ୍ୟବଂଶୀ ଦଶରଥଙ୍କ ନନ୍ଦନ
ପ୍ରଜାବତ୍ସଳ ରାଜା ହିଁ ଥିଲେ
ନୀତି, ଆଦରଶ, ତ୍ୟାଗ, ସଂସ୍କାର
କେଉଁଥିରେ ଟିକେ ଊଣା ନଥିଲେ ।
ଅସତ୍ୟ ଅନ୍ୟାୟ ନାଶ କରିବାକୁ
ଅବତରି ଥିଲେ ମରତପୁର
ଉଡ଼ୁଅଛି ଧ୍ବଜା ତ୍ରେତୟାଯୁଗରୁ
ଘେନା ଶ୍ରୀପୟରେ କୋଟି ଜୁହାର ।