STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ନାସ୍ତିକ

ନାସ୍ତିକ

1 min
196


ନାସ୍ତିକ ଅଟନ୍ତି ନୀରୀଶ୍ୱରବାଦୀ

ହେତୁବାଦରେ ବିଶ୍ୱାସୀ

ସ୍ୱଚକ୍ଷୁରେ ଯାହା ଦେଖନ୍ତି ପ୍ରତ୍ୟକ୍ଷେ

ପ୍ରମାଣନ୍ତି ଟିକିନିଖି ।


ଶାସ୍ତ୍ର ପୁରାଣର ଆଖ୍ୟାନ ବ୍ୟାଖାନ

ତଥ୍ୟ ହୀନ ଅମୂଳକ

ଅଦୃଶ୍ୟ ଯେହେତୁ ନାହାଁନ୍ତି ଈଶ୍ୱର

ଅଟଇ ତାଙ୍କ ବିଶ୍ୱାସ ।


ସ୍ୱର୍ଗ ନରକ କପୋଳକଳ୍ପିତ

ନାହିଁ ଚାକ୍ଷୁଷ ପ୍ରମାଣ

କହନ୍ତି ନାସ୍ତିକ ଜୀବନ ହିଁ ସତ୍ୟ

ବର୍ତ୍ତମାନ ମୂଲ୍ୟବାନ ।


ସଚେତନ ହୋଇ କର୍ତ୍ତବ୍ୟ ପାଳନେ

ମଣିଷ କରେ ପ୍ରଗତି

କର୍ମ ନ କରିଲେ ଦେବେନି ଈଶ୍ୱର

ବଳେ ବଳେ ଫଳ ଯାଚି ।


ଭାଗ୍ୟ ପୁର୍ନଜନ୍ମେ କରେନି ନାସ୍ତିକ

ତିଳେ ହିଁ ମାତ୍ର ବିଶ୍ୱାସ

ଉନ୍ନତି ନିମନ୍ତେ ମୂଳ ପରିଶ୍ରମ

ଦିଅନ୍ତି ହିତୋପଦେଶ ।


ବିରାଟ ବ୍ରହ୍ମାଣ୍ଡ କ୍ଷୁଦ୍ର ବୁଦ୍ଧି ନର

ଅଜ୍ଞାତ ଅନନ୍ତ ତଥ୍ୟ

ଆସ୍ତିକ ନାସ୍ତିକ ଅବଶ୍ୟ ସମଗ୍ର

ସତ୍ୟେ ହୁଏ ପ୍ରତିଷ୍ଠିତ ।


ଜିଜ୍ଞାସା ବଳରେ ମଣିଷ ପକ୍ଷରେ

ଅସାଧ୍ୟ ହୁଇଇ ସାଧ୍ୟ

ନିଜକୁ ପରମ ଜ୍ଞାନୀ ଯିଏ ମଣେ

ସିଏ ଅଟେ ବଡ଼ ମୁର୍ଖ ।



Rate this content
Log in

Similar oriya poem from Inspirational