STORYMIRROR

Bharatabandhu Biswal

Action Others

3  

Bharatabandhu Biswal

Action Others

ସଂସ୍କାର ବୃକ୍ଷ

ସଂସ୍କାର ବୃକ୍ଷ

1 min
137


ସୃଷ୍ଟିର ସୌନ୍ଦର୍ଯ୍ଯ ଜୀବନ ପ୍ରବାହ

ସ୍ବଚ୍ଛ ଏକ ନିର୍ଝରିଣୀ

କୁଳୁକୁଳୁ ତାନ କୋମଳ ତା ସ୍ପର୍ଶ 

ଅଟେ ପ୍ରାଣ ପ୍ରଦାୟିନୀ ।

ହସେ ତାର କୂଳେ ସବୁଜ ସୁନ୍ଦର 

ଜାତି ଜାତି ତରୁଲତା

ଭରିଦିଏ ପ୍ରାଣେ ଅମୃତ ପ୍ରଶାନ୍ତି

ଶୀତଳ ମହନୀୟତା ।

ଅଟେ ସୁମଧୁର ଫୁଲଫଳ ଭରା

ସୁସଂସ୍କାର କଳ୍ପବୃକ୍ଷ 

ସଂସର୍ଗେ ତାହାର ଜୀବନ ନନ୍ଦନେ

ଛୁଟଇ ମଧୁ ମହକ ।

ସଂସ୍କାର ବିକଚ ପ୍ରଫୁଲ୍ଲ କମଳ

ବିକଶଇ ହୃଦ ସରେ

ଆଦର୍ଶ ବିଚାରେ ଯତ୍ନ ସୁପ୍ରୟାସେ

ଶୋଭା ତାର ମନ ହରେ ।

ଯତ୍ନ କଲେ ରତ୍ନ ମିଳଇ ଅବଶ୍ଯ 

ଜୀବନ ହୁଏ ସାର୍ଥକ 

ନଥିଲେ ସଂସ୍କାର ଜୀବନ ଅସାର

ଲକ୍ଷ୍ଯହୀନ ପଥଭ୍ରଷ୍ଟ ।

ନୁହଁଇ ସଂସ୍କାର ପଣ୍ଯ ସଂସାଧନ

ବଜାରରେ ଉପଲବ୍ଧ 

ଜାଜ୍ଜ୍ବଲେ ସଂସ୍କାର ଆଦର୍ଶ ଉତ୍ତମ 

ହୁଏ ନାହିଁ କ୍ଷୟ ଦଗ୍ଧ ।

     -----



Rate this content
Log in

Similar oriya poem from Action