STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଖୁସି ଲାଗେ ଦେଖି

ଖୁସି ଲାଗେ ଦେଖି

1 min
264


ଆଜ୍ଞାକାରୀ ହୋଇ ପବିତ୍ର ମନରେ


କାର୍ଯ୍ୟକରୁ ଥିଲେ ନିତି,


ସଫଳତା ତହିଁ ଅବଶ୍ୟ ମିଳିବ


ନ ରୁହେଟି କିଛି ଭ୍ରାନ୍ତି


ମନ ପ୍ରାଣ ଦେଇ କର୍ତ୍ତବ୍ୟ ପଥରେ


କର୍ମୀ ହୋଇ ଥିଲେ ନିତି,


ଭାଷାର ଆଦର ମନରେ ରଖିଣ


ଲେଖୁ ଥାଏ କବି ନିତି।୨।


ଭାଷାର ମହତ୍ତ୍ଵ ଗୁଞ୍ଜୁ ଥାଏ ହୃଦେ


ଜଗନ୍ନାଥ ଭକ୍ତି ଗୁଞ୍ଜେ,


କୃଷ୍ଣ ରାମ ନାମ ଭକ୍ତି ଗୁଞ୍ଜୁ ଥାଏ


ରାଷ୍ଟ୍ର ପ୍ରେମ ଭକ୍ତି ଗୁଞ୍ଜେ


କଳ୍ପନର ରୂପ ଆବିର୍ଭାବ ହୁଏ


ପ୍ରକଟ କଳମ ମୂନେ,


କରେ ସେହୁ ରୂପ ଜାଗ୍ରତ ଜନଙ୍କୁ


ଆଦର ଜନଙ୍କ ମନେ


ପ୍ରଶଂସା କରନ୍ତି ଜନ ସମୁଦାୟ


ଶିକ୍ଷାର ପ୍ରସାର ହୁଏ,


ସେହୁ ଶିକ୍ଷା ଆଣେ ଅପୂର୍ବ ଗୌରବ


ରାଷ୍ଟ୍ର ପ୍ରତି ପ୍ରେମ ହୁଏ


ରାଷ୍ଟ୍ରର ସେବାରେ ମନ୍ତ୍ର ହୁଏ ପୁଣି


ଜନ ମନେ ଗୁଞ୍ଜୁ ଥାଏ,


ରାଷ୍ଟ୍ରୀୟ ବିକାଶେ ସମର୍ପଣ ଭାବ


ଜନଙ୍କ ଜୀବନେ ଦିଏ


ଆତ୍ମନିର୍ଭରଟି କରେ ସେ ଜନଙ୍କୁ


ବିଜ୍ଞାନ କୁ ଯୋଡ଼ି ଦିଏ,


ନୂଆ ଆବିଷ୍କାର ହୁଏ ହିଁ ଦେଶରେ


ଦେଶର ଉନ୍ନତି ହୁଏ


ଆଣେ ଟି କବିତା ଆତ୍ମବିଶ୍ବାସକୁ


ରାଷ୍ଟ୍ର ହିତେ ମନଭାବ,


ରାଷ୍ଟ୍ରର କାର୍ଯ୍ୟରେ ପଥଗାମୀ ହୁଏ


ଧର୍ମପଥେ ସେବାଭାବ


ସତ୍ୟ ପଥଗାମୀ କରେ ସେ ଜନଙ୍କୁ


ପ୍ରଭୁ ଭକ୍ତି ହୃଦୟରେ,


ଜନସେବା କରେ ଜୀବନର ମନ୍ତ୍ର


ସବୁ କ୍ଷଣ ହୃଦୟରେ


ଆଜ୍ଞାକାରୀ ହୋଇ ପବିତ୍ର ମନରେ


କାର୍ଯ୍ୟ କରୁ ଥିଲେ ନିତି,


ସଫଳତା ତହିଁ ଅବଶ୍ୟ ମିଳିବ


ନ ରୁହେ ଟି କିଛି ଭ୍ରାନ୍ତି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action