STORYMIRROR

Samar Ballav Bhoi

Abstract Romance Action

4  

Samar Ballav Bhoi

Abstract Romance Action

ଅବାସ୍ତବ ସ୍ବପ୍ନ

ଅବାସ୍ତବ ସ୍ବପ୍ନ

1 min
369


ଶଦ୍ଦହୀନ ରାତ୍ରିର ପ୍ରଥମ ପ୍ରହରେ 

କେଉଁ ପାଦ ନୁପୁରର ରୁଣଝୁଣ ଶଦ୍ଦେ

ମୋ ନିଦ୍ରା ଭଂଗ ହେଲା ।।

ଚକିତ ହୋଇ ମୁଁ ଚାହିଁଲି ବାହରକୁ 

ଝରକାର ଫାଙ୍କରେ  

ପଚାରିଲି କିଏ ତୁମେ......?

ଏତେ ରାତିରେ ଏକୁଟିଆ ନିଙ୍ଘଚ ଅନ୍ଧାରରେ ।

ମନେ ମୋର ଅଡୁଆ ଭାବନା

ସବୁ ଛନ୍ଦି ହୋଇଗଲା ଆଶଙ୍କାରେ ... ।

ଭୟରେ ଆବୁରି ଗଲି ମୁଁ ଚାଦରର ଅନ୍ଧାର ମଧ୍ୟକୁ

ବାହରୁ କିଏ କହିଲା ତୁମେ ପରା ହିମାଳୟ ପରି

ବୃହତ ଓ ସାଗର ପରି ବିସ୍ତୃତ....... ।

ତୁମେ ଯଦି ହୁଅ ଭୟଶଙ୍କୁଳ ସ୍ବପ୍ନରାଣୀର ନୁପୁରର ରୁଣଝୁଣ ଶଦ୍ଦରେ

ତାହେଲେ କୁହ ତୁମେ

କିଏ ସେ ବିଶ୍ବାସୀ ପ୍ରେମିକ

କଣ ଯିଏ ସ୍ବପ୍ନରେ ଭୟକରେ..... ।

ଯିଏ ହୃଦୟ ବଗିଚାରେ ଝଡ ସୃଷ୍ଟିକରେ

ନା ସ୍ବପ୍ନରାଣୀ!! 

ସେ ସବୁ ଅଦିନ କୁହୁଡି 

ତୁମ ଭାବନାର ଆକାଶରେ

ସେ ସବୁ ଅବାସ୍ତବ କାହାଣୀ

ତୁମ ଭାବନାର ଡାୟିରୀରେ........!

ସ୍ବପ୍ନ ପଥର ପଥିକ ପ୍ରେମିକ 

ଅବୁଝା କାହାଣୀ ବାସ୍ତବ କରେନି

ଯଦିଓ ସେପଥେ ଯାଏ ଚାଲି 

ଜୀବନ ରାସ୍ତାରେ ଆସିବ ଦୁର୍ଘଟଣା 

ନମାନି ପଶିବ ଠେଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract