ଅବଢ଼ା ଭୋଗ
ଅବଢ଼ା ଭୋଗ
ହେ ପ୍ରଭୁ ଜଗନ୍ନାଥ!!
ତୋ ବଡ଼ଦାଣ୍ଡ ତୋ ବଡ ଦେଉଳ
ତୋ ପତିତପାବନ ବାନା
ତୋ ବଟବୃକ୍ଷ ତୋ ମନ୍ଦିର ବେଢ଼ା
ତୋ ଆନନ୍ଦ ବଜାର ତୋ ଷାଠିଏ ପଉଟି
ତୋ ବାଉନ ଭଣ୍ଡାର
ତୋର ସେ ଅବଢ଼ା ଅନ୍ନ
ପ୍ରସାଦ ସେବନ
ଭରିଦିଏ ହୃଦୟେ
କେତେ ଉନ୍ମାଦନା......।।
ହେ ପ୍ରଭୁ ଜଗନ୍ନାଥ!!
ତୋ ଶ୍ରୀମନ୍ଦିର ତୋ ସ୍ଵର୍ଗଦ୍ଵାର
ଦେଖିବା ପାଇଁ କି ଭିଡ ଲାଗେ ଭକତ ର
ତୋ ମନ୍ଦିର ବେଢ଼ା ନରେନ୍ଦ୍ର ପୋଖରୀ
ଭକତ ର ସଦା ରହେ ଗୁହାରି
ତୋ ଅବଢ଼ା ସେବନେ ମନବାଞ୍ଛା ପୁରେ
ତୋ ଶ୍ରୀମନ୍ଦିର ତୋ ସ୍ଵର୍ଗଦ୍ଵାର
ଦେଖିବା ପାଇଁ କି ଭିଡ ଲାଗେ ଭକତର।।
ହେ ପ୍ରଭୁ ଜଗନ୍ନାଥ!!
ତୋର ବେଶ ଭୂଷା ତୋର ନନ୍ଦିଘୋଷ
ଭକତ ଙ୍କ ମନ ନେଇ ଯାଏ କିଣି
ତୋ ମନ୍ଦିର ବେଢ଼ା ଦରଶନ ପାଇଁ
ଭକତର ଇଛା ସଦା ମନାସଇ
ତା ସଙ୍ଗେ ତୋ ଅବଢ଼ା ଅନ୍ନ
ମିଳିଗଲେ ଥରେ ଏ ହୃଦୟ
ହୁଏ କେତେ ପ୍ରଶନ୍ନ।।
ହେ ପ୍ରଭୁ ଜଗନ୍ନାଥ!!
ତୋ ମହାପ୍ରସାଦ ତୋ କୁଡୁଅ ହାଣ୍ଡି
ତୋ ଆନନ୍ଦ ବଜାର ତୋର ସେ ଅବଢ଼ା
ସେବନ ପାଇଁ କି ଭକତ ଙ୍କ ଲାଗେ ଭିଡ
ତୋର ସେ ଅବଢ଼ା ପୁଣି ସେ ନିର୍ମାଲ୍ୟ
ପାଇବା ପାଇଁ ମନେ ଆସେ ଭକ୍ତି ଭାବ।।
ହେ ପ୍ରଭୁ ଜଗନ୍ନାଥ!!
ଷାଠିଏ ପଉଟି ଭୋଗ ଲାଗେ ସଦା
ମହକି ଯାଏ ତୋ ବଡ଼ଦାଣ୍ଡ
ଅବଢ଼ା ସେବନେ ମନ ତୃପ୍ତ ହୁଏ
ଲାଗେ ସ୍ବର୍ଗ ପ୍ରାପ୍ତି ପରି
ତୋ ଅବଢ଼ା ଅନ୍ନ ଅମୃତ ସମାନ
ଶାନ୍ତି ରେ ପୁରଇ ଭକତ ମନ।।