STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଅନୁଭବରେ ଜଗନ୍ନାଥ

ଅନୁଭବରେ ଜଗନ୍ନାଥ

1 min
130


ବେଶୀ ଥର ମୁଁ ହିଁ ଯାଇନାହିଁ

ଜଗନ୍ନାଥ ଙ୍କ ଦରଶନେ

ଶେଷ ଦର୍ଶନ କରିଥିଲି ପ୍ରଭୁ

ନାହିଁ ଅବା ମୋର ମନେ।।


ରଥଯାତ୍ରା ରେ ତୁମ ତିନି ରଥ

ଚତୁର୍ଦ୍ଧା ମୂର୍ତ୍ତି ହୁଅନ୍ତି ଉଭା

ରଥାରୋଢ ପ୍ରଭୁ ଚକାଡୋଳା 

ପାଉଥାନ୍ତି କେତେ ଶୋଭା ।।


ହେ କାଳିଆ ଠାକୁର ଭାବର ଠାକୁର

ତୋ ଡୋରି ଲାଗିଲେ ଥରେ

ଭକତ ମନରେ ଜିଜ୍ଞାସା ବଢଇ 

ଯିବାକୁ ଯେ ମନ ଧରେ।।


ତୁମ ଦରଶନ ତୁମ ବଡ଼ଦାଣ୍ଡ

ଲାଗେ ସତେ କେତେ ସୁନ୍ଦର

ତୁମର ମହିମା ତୁମ ଯଶଗାଥା

ମନେ ପକାଇ ଦିଏ ଶ୍ରୀମନ୍ଦିର।। 


ବଡ଼ଦାଣ୍ଡ ବାଲି ମୁଣ୍ଡେ ମାରି ଦେଲେ

ମନସ୍କାମନା ପୂର୍ଣ୍ଣ ହୁଏ

ତୁମ ବାଇଶି ପାହାଚ ଚଢି ଗଲେ ଥରେ

ଯାତ୍ରାର କଷ୍ଟ ଲାଘବ ହୁଏ।।


ତୁମ ର ଆଶୀଷ ଅନୁଭବ କରି

ଜୀବନ ଜଞ୍ଜାଳ ହୁଏ ଦୂର

ମୋ ଅନୁଭବେ ପ୍ରଭୁ ଜଗନ୍ନାଥ

ଅଟନ୍ତି ମୋ ବିଶ୍ବାସ ଆଦର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract