STORYMIRROR

Samar Ballav Bhoi

Abstract Classics Inspirational

3  

Samar Ballav Bhoi

Abstract Classics Inspirational

ଭାବର ଠାକୁର ଜୟ ଜଗନ୍ନାଥ

ଭାବର ଠାକୁର ଜୟ ଜଗନ୍ନାଥ

1 min
206


ଭାବ ବିନୋଦିଆ ଭାବର ଠାକୁର

ଆହେ ଦୟାମୟ ପ୍ରଭୁ ଜଗନ୍ନାଥ

ସବୁ ତମ ଳୀଳା ସବୁ ତମ କଳା

କରି କରାଉ ଥାଅ ତୁମେ ଯେ ସାଆନ୍ତ।। 


ଭାବରେ ବନ୍ଧନ ଭାବରେ ସୁମନ

ଜଗତର ନାଥ ଜଗତ ଠାକୁର

ଭାବେ ଥିଲେ ସିନା ଭକତି ଜନ୍ମଇ

ଅଭାବେ ଏସବୁ ପଥ ବହୁଦୂର।।


ଭାବ ବିନୋଦିଆ ମୋକଳା ଠାକୁର

ତୋ ହାତେ ଥାଏ ଆମ ଜୀବନ ଡୋର

ତୁମ ଈସାରରେ ଚଳିତ ସାରା ସଂସାର

ଭାବରେ ବାନ୍ଧିଛ ପ୍ରଭୁ ସ୍ନେହ ଆଦର।।


ଭାବ ସାଗରେ ତୁମେ ତ ନାଉରୀ

କାତ ଧରି ତୁମେ କରୁଥାଅ ପାର

ତୁମବିନା ଆମ ଏ ଜୀବନ ଅସାର

ଭାବର ଠାକୁର ହେ ଜଗନ୍ନାଥ ସାର।।


ଭାବ ବିନୋଦିଆ ଭାବର ଠାକୁର

ସବୁ ଅଟେ ତୁମ ସ୍ବଛ ବିଚାର

ମାୟା ବନ୍ଧନର ତୁମେ ପାରାବାର

ବୁଝିବି ଅବୁଝା ଏ ମଣିଷ ଶରୀର।।


ଭାବ ବିନୋଦିଆ ଭାବର ଠାକୁର

ତୁମେ ତ ପ୍ରଭୁ କରୁଣା ସାଗର

ତୁମ କରୁଣା ରେ ଚାଲେ ତ ସଂସାର

ଆଶ୍ରୟ ଦିଅ ପ୍ରଭୁ ତୁମ ବଡ଼ ଦାଣ୍ଡର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract