STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ତ୍ରିରଙ୍ଗା ହିଁ ମୂକ ସାକ୍ଷୀ

ତ୍ରିରଙ୍ଗା ହିଁ ମୂକ ସାକ୍ଷୀ

3 mins
30

ତ୍ରିରଙ୍ଗା ବହନ କରିଛି ଗୌରବର ଗାଥା

ତ୍ରିରଙ୍ଗା ସହିତ ଭାରତୀୟଙ୍କ ମିତ୍ରତା

ଦେଶର ପ୍ରଗତି ବିକାଶ ଅବା ଦୁର୍ବଳତା

ତ୍ରିରଙ୍ଗା ହିଁ ମୂକ ସାକ୍ଷୀ , ଜାଣେ ସତ୍ୟତା।


ଭାରତର ଜାତୀୟ ପତାକା ତ୍ରିରଙ୍ଗା

ଦେଶର ପ୍ରତୀକ ଓ ଗୌରବ ତ୍ରିରଙ୍ଗା 

ମୁକ୍ତ ଆକାଶରେ ଆଜି ଉଡୁଛି ତ୍ରିରଙ୍ଗା

ସବୁଠି ତ୍ରିରଙ୍ଗା ଆଉ ତ୍ରିରଙ୍ଗା

ପ୍ରତି ଭାରତୀୟଙ୍କ ପ୍ରିୟ ତ୍ରିରଙ୍ଗା

ଦେଶର ଜୟ ଗାନ କରୁଛି ତ୍ରିରଙ୍ଗା

ଶକ୍ତି ଓ ସାହସକୁ ଦର୍ଶାଏ ତ୍ରିରଙ୍ଗା

ସ୍ବାଧିନତା ଓ ସ୍ୱତନ୍ତ୍ରତାର ସଂଜ୍ଞା ବି ତ୍ରିରଙ୍ଗା

ତିନି ରଙ୍ଗରେ ରଙ୍ଗାୟିତ ତ୍ରିରଙ୍ଗା

କମଳା, ଧଳା ଓ ସବୁଜ ରଙ୍ଗ ରଖିଛି ତ୍ରିରଙ୍ଗା

ଭାରତୀୟଙ୍କ ଜୀବନ ହିଁ ତ୍ରିରଙ୍ଗା

ନିଜକୁ ଗର୍ବ ଅନୁଭବ ଧରିଲେ ତ୍ରିରଙ୍ଗା

ଶହୀଦଙ୍କ ବଳିଦାନ କଥା କହୁଛି ତ୍ରିରଙ୍ଗା

ଭାରତ ମାତାର ସଙ୍ଗୀତ ଓ ଜୟଗାନ ବି ତ୍ରିରଙ୍ଗା

ପ୍ରଗତି ଓ ଗତିଶୀଳତା କୁ ଚିତ୍ରିତ କରୁଛି ତ୍ରିରଙ୍ଗା

ପବନରେ ଉତ୍ତୋଳିତ ,ଗର୍ବିତ ତ୍ରିରଙ୍ଗା

ଦେଶପ୍ରେମ ର ନାମ ହିଁ ତ୍ରିରଙ୍ଗା

ସମ୍ମାନ ର ପରିଚୟ ବି ତ୍ରିରଙ୍ଗା

ଆମ ଭାରତ ଦେଶର ଗର୍ବ ହିଁ ତ୍ରିରଙ୍ଗା

ଦେଶ ପାଇଁ ପ୍ରତିନିଧିତ୍ଵ କରୁଛି ତ୍ରିରଙ୍ଗା।


ସ୍ବାଧିନ ଭାରତ ଧ୍ଵଜା ତ୍ରିରଙ୍ଗା, ଉଡୁଅଛି ଫରଫର

କେତେ ସଂଘର୍ଷ ଓ ବଳିଦାନ ପରେ ଖୁସିର ଖବର

ପରାଧିନତା ଫାଶ ରୁ ମୁକ୍ତ ହୋଇ ଭାରତ ସ୍ୱାଧୀନ

ବିକାଶ ପ୍ରଗତି ର ନୀତି ଯୋଜନା ହୁଏ ପ୍ରଣୟନ

ତ୍ରିରଙ୍ଗା ଆମର ଗର୍ବ,ଭାରତୀୟ ଆମ ପରିଚୟ

ସୁରକ୍ଷା ପାଇଁ ସୈନ୍ୟ-ବାହିନୀ ସଦାସର୍ବଦା ସହାୟ

ଭାରତ ମାତା ର ସୁରକ୍ଷା ପାଇଁ ଆମେ ଚିନ୍ତା ମୁକ୍ତ

ଜଳ ସ୍ଥଳ ଆକାଶ ବାହିନୀ ସଦା ସର୍ବଦା ପ୍ରସ୍ତୁତ

ଆମ ଦେଶର ଶାସନ ଆମରି ହାତରେ 

ସ୍ବାଧିନ ଦେଶର ଅଧିବାସୀ ବୋଲି ଗର୍ବ ବି ମନରେ

ମଥା ନୁଆଇଁ କହୁ ଆମେ ଭାରତ ମାତା କି ଜୟ

ଖୁସି ମୁହୂର୍ତ୍ତରେ ବି କହୁଅଛୁ ଭାରତ ମାତା କି ଜୟ।


ସ୍ବାଧିନତା ଓ ସ୍ୱତନ୍ତ୍ରତା ଦିବସ ପାଳନ

ପ୍ରତି ପୁର ପଲ୍ଲୀରେ ହୁଏ ଆୟୋଜନ

ବିଧିବଦ୍ଧ ଭାବେ ପାଳନ୍ତି ପ୍ରତି ଶିକ୍ଷାନୁଷ୍ଠାନ

ବିଭିନ୍ନ ପ୍ରତିଯୋଗିତା ବି ହୁଏ ଆୟୋଜନ

ରାଷ୍ଟ୍ରୀୟ ଧ୍ଵଜା କୁ କରାଯାଉଛି ଉତ୍ତୋଳନ

ରାଷ୍ଟ୍ରୀୟ ସଙ୍ଗୀତ ମାଧ୍ୟମରେ ହୁଏ ଅଭିବାଦନ

ପତାକା ଉତ୍ତୋଳନ ସହ ନେତାଙ୍କ ଭାଷଣ

ଦେଶର ଉନ୍ନତି ଓ ବିକାଶ ପୁରାଣ ଗାୟନ

ଫାଙ୍କା ପ୍ରତିଶୃତି ର ସୁଦୀର୍ଘ ଭାଷଣ

କମ୍ପି ଉଠେ ଗଗନ ପବନ ଶୁଣି ସେ ଗର୍ଜନ

ପରାଧିନତା ରୁ ମୁକ୍ତି ପାଇ ଏ ଭାରତ ମାତା

ଚାହିଁଥିଲା ରାମ ରାଜ୍ୟ ଭଳି ଶାସନ କରତା

କ୍ଷମତା ବଳରେ ସବୁ ଶାସକ ହେଲେ ବଳୀୟାନ

ନିଜ ସ୍ବାର୍ଥ ଚିନ୍ତା ସହ ରାଜା ଭଳି ଜୀବନଯାପନ

ଫମ୍ପା ଭାଷଣ ଓ ପ୍ରତିଶୁତି ସହ କ୍ଷମତା ହାସଲ

ପରେ ବିକାଶ ଯୋଜନା,ପୁଣି ହେଲେ ମାଲାମାଲ୍ 

ଗରିବ ଶବ୍ଦ ର ନାମ ବିକାଶ ସହିତ ଯୋଡି

ବାଟମାରଣା ହେଉଛି ଯୋଜନା ର ପେଢ଼ୀ 

ଯା' ର ଲାଭ ବେଶି,ସେଇ ହିଁ ଖୁସି,ଖୁସିର ଜୀବନ

ଅନ୍ୟ ମାନେ ଚାହିଁଛନ୍ତି ଆସିବ ଆପେ ଆଚ୍ଛା ଦିନ।।


ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଛି,ଯାଉଛି

ଜଙ୍ଗଲ ପାହାଡ ସବୁ ସମତୁଲ ହେଉଅଛି

ଜଙ୍ଗଲ ରୁ ଗଛ କାଟି ସଫା, ଜୀବ ଜନ୍ତୁ ଲୋପ

ପାହାଡରୁ ପଥର ବୋହି ନେଇ ପାହାଡ ବିଲୋପ

କଳ କାରଖାନା ର ବର୍ଜ୍ୟ ବସ୍ତୁ ଜଳ ରେ କ୍ଷେପଣ

ନଦୀ ଜଳ ଦୂଷିତ ସହ ,ଦୂଷିତ ମାଟି ପାଣି ପବନ

ପବନ ରେ ଧୂଆଁ ଆଉ ଧୂଳି ଉଡେ ଫର ଫର

ଋତୁ ଚକ୍ରରେ ବି ଆଜିକାଲି ପରିବର୍ତ୍ତନ ର ସ୍ୱର

ଠିକ୍ ସମୟ ରେ ଆଉ ହେଉ ନାହିଁ ବର୍ଷା

ଅଚାନକ କେଉଁଠି ବାଦଲ ଫାଟି ପ୍ରବଳ ବର୍ଷା

ପ୍ରବଳ ବର୍ଷା ପରେ,ବାତ୍ୟା ପରି ପାଣି ଆଉ ପାଣି

ଧନ ଜୀବନ ହାନିର ହୃଦୟ ବିଦାରକ କାହାଣୀ

ଯେଉଁଠି ବର୍ଷାର ପାଣି ବୁନ୍ଦା ନାହିଁ,ମରୁଡି ସେଇଠି

ପାଣି ପାଇଁ ହାହାକାର ହୁଏ କେଉଁଠି ନା କେଉଁଠି

ମଣିଷ କୃତ ବନ୍ୟା ର ଭ୍ରମ ଟିକିଏ ବର୍ଷାରେ

ମୁମ୍ବାଇ ଚେନ୍ନାଇ ଆଉ ଦିଲ୍ଲୀ ସହରରେ

ବର୍ଷା ହେଲେ ଜଳ ବଳୟ ଭିତରେ ସହର

ଜଳ ନିଷ୍କାସନ ପଥ ଅବରୋଧ ହୋଇଛି ସେଠାର

ସହରୀ ବିକାଶ ନାଁ ରେ,ବିକାଶ ଜଳ ବଳୟ ର 

ସମାଜରେ କୁସଂସ୍କାର ଏବେ ବି ରହିଛି

ଦେବୀ ଆରାଧନା ଆଢ଼ୁଆଳେ ପଶୁବଳି ହେଉଅଛି

ଧର୍ମ ନାମରେ ବେପାର ବଣିଜ ଚାଲିଛି

ଧାର୍ମିକତା ର ମୁଖା ପିନ୍ଧି ଭଣ୍ଡ ବାବା ବୁଲୁ ଅଛି

ତନ୍ତ୍ର ମନ୍ତ୍ର ଆଢ଼ୁଆଳେ ଶୋଷଣ ଚାଲିଛି

ଭାଇଚାରା ମନୋଭାବ କ୍ଷୁର୍ଣ୍ଣ ହେଉଅଛି

ଶିକ୍ଷା ନାମରେ ମାଳମାଳ ଅନୁଷ୍ଠାନ

ଶିକ୍ଷା ଶେଷ ରେ ବେକାରୀ ଜୀବନ

ନୈତିକ ଶିକ୍ଷା ନାହିଁ ଶିକ୍ଷା ଅନୁଷ୍ଠାନେ

ଶିକ୍ଷିତ ଯୁବକ ବୁଲୁ ଅଛି ଏଣେତେଣେ

ଜୀବିକା ବିହୁନେ ଜୀବନ କଦର୍ଯ୍ୟ

ଶିକ୍ଷିତ ଯୁବକ କରୁଛି ଦେଶ-ଦ୍ରୋହି କାର୍ଯ୍ୟ

ମା,ଝିଅ,ବୋହୂ ଅସୁରକ୍ଷିତ ଘରେ ଓ ବାହାରେ

ଯୌତୁକ ଜନିତ ନିର୍ଯ୍ୟାତନା ଚିତ୍ର ପ୍ରତି ମୁହୂର୍ତ୍ତରେ

ପାପୀ ର ଲୋଲୁପ ଦୃଷ୍ଟିରେ ଝିଅ,ମା ଓ ଭଉଣୀ

ବଳାକ୍ରାର ର ଶିକାର ପ୍ରତି ମୁହୂର୍ତ୍ତରେ ପୁଣି

ଦେହ ର ଭୋକ ପାଇଁ ଅନୈତିକ କାର୍ଯ୍ୟ

ବଞ୍ଚି ଥାଉ ଥାଉ ମରିବା ସମାନ, ଜୀବନ କଦର୍ଯ୍ୟ।।


ହାତ ଗୁଞ୍ଜା ବିହୁନେ ଅଫିସ କାମ ଆଗକୁ ଯାଉନି

ମାଳମାଳ ସ୍ଲୋଗାନ ସତ୍ତ୍ଵେ ଦୁର୍ନୀତି ହଟୁନି

ସବୁ ଥିଲା ବାଲାଙ୍କ ପାଖରେ ରେଶନ କାର୍ଡ ରହୁଛି

ଋଣ ଛାଡ ଫାଇଦା ଜମିଦାର-ମାଲିକ ପାଉଛି

ଯୋଜନା କେବଳ ଚାଷୀଙ୍କ ନାମରେ ହେଉଛି

ମହାପାତ୍ର ମାନେ ମାରି ନେଉଛନ୍ତି,ଚାଷୀ ଚାହିଁଛି

ନ୍ୟାୟ ବିଚାରଣ ଧାରା ସବୁଠୁ ବେଦନା ହେଉଛି

ବର୍ଷ ବର୍ଷ ଧରି ନ୍ୟାୟିକ ପ୍ରକ୍ରିୟା ଚାଲୁ ରହୁ ଅଛି

ନ୍ୟାୟ ମିଳିବା ଆଗରୁ ପିଣ୍ଡ ଥାଇ ପ୍ରାଣ ଉଡୁଛି

ଅର୍ଥ ଆଉ ବାହୁବଳୀ ଆଢ଼ୁଆଳେ ସବୁ ହେଉଅଛି

ଦୋଷୀ ନିର୍ଭୟରେ ଖୋଲା ରେ ଘୁରି ବୁଲୁ ଅଛି

ଅର୍ଥ ଲାଳସାରେ କଳା କୁ ଧଳା ଓକିଲ କରୁଛି

ତ୍ରିରଙ୍ଗା ଉଡୁଛି ପ୍ରତି ସରକାରୀ କାର୍ଯ୍ୟାଳୟେ

ତ୍ରିରଙ୍ଗା ଉଡୁଛି ପ୍ରତି ଅଫିସ୍ ଓ ନ୍ୟାୟାଳୟେ

ତ୍ରିରଙ୍ଗା ପତାକା ତଳର ଶପଥ ଲୁଚି ଯାଇଅଛି

ଦୁର୍ନୀତି ଦେଖି ଭାରତ ମାତା ଗୁମୁରି କାନ୍ଦୁଛି।


ଆସ,ରାଷ୍ଟ୍ରୀୟ ଧ୍ଵଜା ତଳେ ହେବା ଏକତ୍ରିତ

ଆସ କରିବା ଶପଥ,ଦେଶ ରହୁ ସୁରକ୍ଷିତ  

ଏକ ଆହ୍ବାନ,ଘରେ ଘରେ ଲଗାଅ ତ୍ରିରଙ୍ଗା

ଦେଶ ପ୍ରେମ ରେ ଉଦବୁଦ୍ଧ ହେବାକୁ ତ୍ରିରଙ୍ଗା

ଆଉ ନ କାନ୍ଦୁ ଭାରତମାତା,ହେଉ ଜୟ ଆଉ ଜୟ

ଏକ ସ୍ଵରରେ କହିବା ଆସ,ଭାରତ ମାତା କି ଜୟ।


ହେ,ଭାରତବାସୀ,ତ୍ରିରଙ୍ଗା ଦେଶର ସମ୍ମାନ

ପ୍ରତି ଘରେ ଘରେ ହେଉ ତ୍ରିରଙ୍ଗା ଉତ୍ତୋଳନ

ଅସମ୍ମାନ ବା ଧୃଷ୍ଟତା ନ ହେଉ ତ୍ରିରଙ୍ଗା ପ୍ରତି

ସହିଦଙ୍କ ପ୍ରତି ସମ୍ମାନ ପୂର୍ବକ ହେଉ ପ୍ରଣତି।


Rate this content
Log in

Similar oriya poem from Abstract