STORYMIRROR

Bidyadhar Mantry

Classics

4  

Bidyadhar Mantry

Classics

ଜାଗର ଜ୍ୟୋତି 

ଜାଗର ଜ୍ୟୋତି 

2 mins
0


ଜାଗର ଜ୍ୟୋତି 
ଜାଗର ଜ୍ୟୋତିର ଜ୍ୟୋତିର୍ମୟ ରୂପ
ସହସ୍ର ସୂର୍ଯ୍ୟର ଆଭା 
ସ୍ଵଂୟ ମହାଦେବ ଜ୍ୟୋତି ସ୍ତମ୍ବ ରୂପେ
ଧରା ପୃଷ୍ଠେ ଆପେ ଉଭା 
ଭିନ୍ନ ଭିନ୍ନ ମତ ବ୍ୟକ୍ତ ଅନୁମେୟ 
ପୁରାଣ ତଥା ଶାସ୍ତ୍ରରେ
ଭିନ୍ନତାରେ ପୁଣି ଜାଗରର ଜ୍ୟୋତି
କେବଳ ଶିବ ନାମରେ
ମହା-ଯୋଗୀ ମହା-କୋପୀ ମହା-ତପି
ସଦା ତପସ୍ୟାରେ ମଗ୍ନ
ଦେବ ଦେବ ମହାଦେବ ସତ୍ୟ ଶିବ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଶରୀର ଯାହାର ଆଭୂଷଣ ଶୁନ୍ୟ
ପଶୁ ଛାଲ ପରିଧାନ
ଶ୍ମଶାନ ହିଁ ଅଟେ ପ୍ରିୟ ବାସସ୍ଥାନ
ଶ୍ମଶାନ ଭସ୍ମ ଲେପନ
ତ୍ରିଦେବ ସହିତ ଜଡିତ ସ୍ଵନାମେ
ଅନ୍ୟ ନାମ ତ୍ରିଲୋଚନ
ମୋହ ମାୟା କାମ ପ୍ରେମ ବନ୍ଧନ ରୁ
ବଞ୍ଚିତ ଶାନ୍ତ ଜୀବନ
ସକଳ ପାପ ଓ ରିଷ୍ଟ ରୁ ଖଣ୍ଡନ
ସକଳ ଗ୍ରହ ଅଧୀନ
ଦେବତା ଗନ୍ଧର୍ବ କିନ୍ନର ଓ ନର
ମଥା ନୁଆଇଁ ଶରଣ
ଶିବ ଶିବା ଯେବେ ଥିଲେ ଏକାନ୍ତରେ
ସୃଷ୍ଟି ସର୍ଜନାର ପରେ
କ୍ରମେ ପାର୍ବତୀଙ୍କ ଜିଜ୍ଞାସା ମୋଚନ 
ସ୍ବୟଂ ଶିବଙ୍କ ମୁଖରେ
ଜିଜ୍ଞାସା କ୍ରମରେ ପାର୍ବତୀଙ୍କ ପ୍ରଶ୍ନ
ସ୍ବାମୀ ଶିବଙ୍କ ଆଗରେ
ପ୍ରଭୁଙ୍କର କେଉଁ ଦିବସଟି ପ୍ରିୟ
ଜୀବ ମୁକ୍ତି ଆକାରରେ 
ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି
ପ୍ରଭୁ ରଖିଲେ ଉତ୍ତର
ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମେ ସହଜେ
ବ୍ୟକ୍ତ ପାର୍ବତୀ ଆଗର
ଥିଲା ସଂକ୍ଷେପରେ କାହାଣୀ ଆଳରେ
କଥା ଅଜ୍ଞାତ ଭକ୍ତର
ସହଜରେ ଶିବ ଚତୁର୍ଦ୍ଦଶୀ ରାତ୍ରୀ
ଘଟଣାର ଚମକ୍ତାର
ହିଂସ୍ର ଜନ୍ତୁ ଭୟ ଅବା ଶିକାରର 
ବ୍ୟାଧ ମନେ ଥିଲା ଚିନ୍ତି
ଅଜାଣତେ ବେଲ ବୃକ୍ଷ ପରେ ଚଢ଼ି
ଉଜାଗର ସାରା ରାତ୍ରି 
ବେଲ ବୃକ୍ଷ ମୂଳେ ସ୍ଥିତ ଶିବ ଲିଙ୍ଗ
ଥାଇ ବି ଅପୂଜା ମାତ୍ର
ରାତ୍ରି ସାରା ବ୍ୟାଧ ବୃକ୍ଷ ପରେ ରହି
ଝଡୁ ଥିଲା ବେଲ ପତ୍ର
ଅଜ୍ଞାତରେ ହେଲା ଶିବ ଆରାଧନା
ଶିବରାତ୍ରି ର ତିଥିରେ
ସେଇ ବ୍ୟାଧ ମୃତ୍ୟୁ ପରେ ମୁକ୍ତି ପ୍ରାପ୍ତ
କ୍ରମେ ବୈକୁଣ୍ଠ ପୁରରେ 
ଅନ୍ୟ ଏକ କଥା ରହିଛି ସେପରି
ସମୁଦ୍ର ମନ୍ଥନ ଧାରେ
ସେହି ଘଟଣା ବି ଆଶ୍ଚର୍ଯ୍ୟ ଭାବରେ
ଶିବରାତ୍ରି ସମ୍ପର୍କରେ
ସମୁଦ୍ର ମନ୍ଥନୁ ଜାତ ସେ ଗରଳ
ସୃଷ୍ଟି ଧ୍ଵଂସ ହେବା ଜାଣି
ବିଷ ଗ୍ରାସ କରି ଚେତା ଶୂନ୍ୟ ଶିବ
ଦେବତାଙ୍କର ଭାଳେଣି
ରାତ୍ରୀ ଉଜାଗରେ ଭବ୍ୟ ଆରାଧନା
ଅବଶ୍ୟ ହେଲା ସମ୍ଭବ
ଶିବ ସଚେତନ ଖୁସି ଅପ୍ରମିତ
ପୁଣି ପ୍ରଭୁ ଆବିର୍ଭାବ
ଶିବଙ୍କର ଆବିର୍ଭାବ ତିଥି ରୂପେ
ଶିବରାତ୍ରୀ ର ପାଳନ
ଅନ୍ୟ ମତେ ଶିବ ପାର୍ବତୀ ମିଳନ
ଅବା ବିବାହର ଦିନ
ସଂକ୍ଷେପରେ ଫାଲଗୁନ କୃଷ୍ଣ ପକ୍ଷ
ଚତୁର୍ଦ୍ଦଶୀ ର ତିଥିରେ
ଉଜାଗର ରହି ଜାଗର ଜାଳିବା
ବିଧି ଅଛି ଏ ଧରାରେ
ସର୍ବାରିଷ୍ଟ ସର୍ବ ଦୁଃଖ ସର୍ବ ପାପ
ଶିବ କରନ୍ତି ହରଣ
ଭକ୍ତି ଭରେ ଭକ୍ତ ଦୀପ ପ୍ରଜ୍ଜ୍ୱଳନ
ଜାଗର ନାମରେ ମାନ୍ୟ
ପ୍ରତି ଅଣୁ ପରମାଣୁ ରେ ଅସ୍ତିତ୍ବ
ପ୍ରତି କଣିକାରେ ଶିବ
ଶିବ ପ୍ରତି କୋଣ ଅନୁକୋଣେ ବ୍ୟାପ୍ତ
ଶିବ ମୟ ଏହି ଭବ 
ଅନ୍ଧକାର ମଧ୍ୟେ ଦୀପ ର ଆଲୋକ
ଶିବ ଶିଖା ଶିବ ଜ୍ୟୋତି
ହୃଦୟ ଭିତରେ ଜାଳିଲେ ଜାଗର
ପ୍ରାପ୍ତ ହେବ ଗତି ମୁକ୍ତି
ଜାଗର ଦୀପ ରେ ଶ୍ରାବଣ ଧାରା ରେ 
ଶିବ ହିଁ ବିରାଜମାନ
ମନ୍ଦିରେ ଆସ୍ଥାନ ଶ୍ମଶାନ ରେ ବାସ
ସର୍ବତ୍ର ଶିବ ବନ୍ଦନ 
ତନ ମନ ପ୍ରାୟ ଉଜାଗର ଧାରେ
ଶିବ ପ୍ରତି ସମର୍ପିତ
ବର୍ଷା ବୁନ୍ଦା ସମ କୃପା-ବର୍ଷା ପାଇଁ
ଚାତକ ସମ ଭକତ
ତପେ ବର ଅବା କୋପେ ବର ଲାଭ
ସର୍ବ ଶ୍ରେଷ୍ଠ ବର ଦାତା
ଜାଗର ଜ୍ୟୋତିରେ ଅଜ୍ଞାନ ତିମିର
ନାଶ ଅର୍ଥେ ରହୁ ଚିନ୍ତା


Rate this content
Log in

Similar oriya poem from Classics