STORYMIRROR

Dr Santosh Kumar Panda

Classics

3  

Dr Santosh Kumar Panda

Classics

ଶକ୍ତି ସ୍ଵରପା ମାତଃ ଦୁର୍ଗେ

ଶକ୍ତି ସ୍ଵରପା ମାତଃ ଦୁର୍ଗେ

1 min
233


ତ୍ରିଶୂଳଧାରିଣୀ ମାତଃ ଶିବପ୍ରିୟେ

   ସିଂହବାହିନୀ ମା' ଦୁର୍ଗେ,

କାଳୀରୂପିଣୀ ନୃମୁଣ୍ଡ ମାଳିନୀ ମା'

   ଅସୁରନାଶିନୀ ଅମ୍ବେ।


ବଳଦାୟିନୀ ମା' ଶକ୍ତିସ୍ଵରୂପିଣୀ

   ଜ୍ଞାନ, ପ୍ରେମଦାୟିନୀ ମା',

ତିମିରବିନାଶିନୀ ଜୟ ଦାୟିନୀ

   ପ୍ରକାଶ ତୁମର ଆଭା।


ଜୀବନ ସଂଗ୍ରାମେ, ଭାରତ ସଂଗ୍ରାମେ

  ଆମ୍ଭେ ତୋ ପ୍ରେରିତ ଯୋଦ୍ଧା,

ମନେ ଦିଅ ଭରି ଅସୁରର ଶକ୍ତି

  ବୁଦ୍ଧିରେ ମହତ ଚିନ୍ତା।


ଆମ୍ଭେ ଅଟୁ ଯନ୍ତ୍ର ତୁମ୍ଭେ ଆମ ଯନ୍ତ୍ରୀ

  ଜ୍ଞାନଦୀପ୍ତି ପ୍ରକାଶିନୀ,

ଭରିଦିଅ ହୃଦେ ଶ୍ରଦ୍ଧା, ଭକ୍ତି, ପ୍ରେମ

  ମାତା ଦୁର୍ଗତିନାଶିନୀ।


ଯୋଗବଳେ ପ୍ରବେଶିଣ ମା' କର

  ଅନ୍ତଃସ୍ଥ ରିପୁ ବିନାଶ,

ବୀରମାର୍ଗ ପ୍ରଦର୍ଶିନୀ ମନ, ପ୍ରାଣ

  ଶରୀରେ ହୁଅ ପ୍ରକାଶ।


ସମଗ୍ର ଜୀବନ ହେଉ ଆମ ମା ଗୋ

   ନିରନ୍ତର ଦୁର୍ଗାପୂଜା,

ସର୍ବ କାର୍ଯ୍ୟ ହେଉ ମାତୃ ସେବାବ୍ରତ

  ପ୍ରତି ହୃଦେ ଅଗ୍ରପୂଜ୍ୟା।


ବିସର୍ଜନ ତବ କରିବୁ ନାହିଁ ମା'

  ହୁଅ ତୁମେ ଆବିର୍ଭୂତା,

ସାହିତ୍ୟ, ବିକ୍ରମ, ଜ୍ଞାନ, ଶକ୍ତି, ଶିଳ୍ପ

   ସବୁଠି ରହୁ ଶ୍ରେଷ୍ଠତା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics