STORYMIRROR

Dr Santosh Kumar Panda

Classics

3  

Dr Santosh Kumar Panda

Classics

ବଡଦାଣ୍ଡେ କଳା ଦିଅଁ ଆସୁଛି

ବଡଦାଣ୍ଡେ କଳା ଦିଅଁ ଆସୁଛି

1 min
30


ଶିରିକ୍ଷେତ୍ରେ ଦେଖ ଭିଡ଼ ଲାଗିଛି

   ଖୋଳ କରତାଳ ଘଣ୍ଟା ବାଜୁଛି,

ଚନ୍ଦନ କର୍ପୂର ବାସ ଛୁଟୁଛି

   ବଡ଼ଦାଣ୍ଡେ କଳା ଦିଅଁ ଆସୁଛି।

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ

   ଚଢ଼ିଯିବେ ଦିଅଁ ତିନି ରଥକୁ,

ଛାଡ଼ି ଯାଉଛନ୍ତି ଲକ୍ଷ୍ମୀ ମାଆଙ୍କୁ

   ଅପେକ୍ଷା ରହିବ ନବ ଦିନକୁ।

ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସନ୍ତି

   କଳାଦିଅଁ ଦେଖି ଖୁସି ହୁଅନ୍ତି,

ସତେ ଅହୋ ଭାଗ୍ୟ ଆମେ ଅଟନ୍ତି 

   ଆନନ୍ଦାଶ୍ରୁ ଟିକେ ଢାଳି ଦିଅନ୍ତି।

ରଥରେ ଦେଖିଣ କଳା ବାମନ

   ପିଣ୍ଡ ଛାଡ଼ି ମୋକ୍ଷ ପାଇବ ପ୍ରାଣ,

କି ତୋରା ଦିଶେରେ ଚକାନୟନ

   ଭୁଲି ହୋଇଯାଏ ଧନ ଯୌବନ।

ତୋ ଭଜନ ଗାଇ ନାଚେ ଦାଣ୍ଡରେ

   ସଂସାର ଜଞ୍ଜାଳ ସବୁ ଭୁଲିରେ,

ଦେହ ମନ ପ୍ରାଣ ତୋର ପାଶରେ

   ଶିହରଣ ଖେଳେ ଏ ଯେ କିସରେ !

ରଥ ଦଉଡିକି କରନ୍ତୁ ସତେ

   ପରଶ ତୋ ପାଇ ଧନ୍ୟ ହୁଅନ୍ତେ,

ଜନ୍ମ ଜନ୍ମ ପାପ ଧୋଇ ଦିଅନ୍ତେ

   ଏ ଭବ ସାଗରୁ ତରି ଯାଆନ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics