STORYMIRROR

Dr Santosh Kumar Panda

Romance

3  

Dr Santosh Kumar Panda

Romance

ତୁ ଆଉ ମୁଁ

ତୁ ଆଉ ମୁଁ

1 min
178


ଜନ୍ମ ଜନ୍ମାନ୍ତର ଦୁଇଟି ଶରୀର

   ଏକାତ୍ମ ସମ୍ପର୍କ ଆମ,

ତୁ ଆଉ ମୁଁ ନାମ ଦୁଇ ସିନା

   ଏକ ଦିଗେ ଆମ କର୍ମ।


ମୁଁ ହେଲେ ଦକ୍ଷିଣ ତୁ ମୋହର ବାମ

   ଅର୍ଦ୍ଧ ନାରୀଶ୍ଵର ରୂପ,

ତୋ ଶରୀର ପୀଡା ଉପଶମ ପାଇଁ 

  ମୁଁ ଯେ ମଇଲମ ସେକ ।


ତୋର କବରୀର ପୁଷ୍ପ ଗୁଚ୍ଛ ମୁହିଁ

   ମଥାର ସିନ୍ଦୁର ଟୋପା,

ତୋ ଅଙ୍ଗ ଗହଣା ଅଟଇ ମୁଁ ପରା

   ତୋ ହାତର ନାଲି ଶଙ୍ଖା।


ଏକ ମନ ପ୍ରାଣ ଆମରି ଜୀବନ

   ତୁହି ଗୀତ ମୁଁ ଯେ ସ୍ଵର,

ମୋ ହୃଦୟ ବୀଣା ତନ୍ତ୍ରୀ ଅଟୁ ତୁହି

  ତୁ ଯେ ଶୃଙ୍ଗ ମୁଁ ଶୃଙ୍ଗାର।


ତୁ ହେଲେ ନିଃଶ୍ୱାସ ପ୍ରଶ୍ଵାସ ମୁହିଁ ଲୋ

  ତୁହି ଚକ୍ଷୁ ମୁଁ ପଲକ,

ମୋ ମସ୍ତକର ତୁ ମୟୂର ଚନ୍ଦ୍ରିକା 

  ତୁହି ଦୀପ ମୁଁ ଆଲୋକ।


ତୁ ଆଉ ମୁଁ ମୁଁ ଆଉ ତୁ

    ନୁହଁନ୍ତି ଯେ ଭିନ୍ନାଭିନ୍ନ,

ତୁ ହେଲେ ହୃଦୟ ଜୀବନ ନାଟିକା

   ମୁଁ ଅଟେ ତା'ର ସ୍ପନ୍ଦନ।


ସଂସାର ରଥର ଦୁଇ ଚକ ସହୀ

   ପ୍ରକୃତି ପୁରୁଷ ଦୁଇ,

ଈଶ୍ବର ସାରଥୀ ଅଟନ୍ତି ରଥର

  ଆତ୍ମା ଟାଣେ ଘୋଡ଼ା ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance