STORYMIRROR

Dr Santosh Kumar Panda

Drama

4  

Dr Santosh Kumar Panda

Drama

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
223


ଷଡରିପୁ ସବୁ ଦାନବ ରୂପରେ

    ବଢାନ୍ତି ନିଜ ପ୍ରକୋପ,

ଆଶିଷର ହାତ ଥୋଇ ଆମ ଶିରେ 

    ଦିଅ ମା' ଅଭୟ ଲେପ।

ଅନ୍ୟାୟ, ଅନୀତି, ଅନ୍ଧାରର ନାଶ

  କର ମା' ଗୋ ଶ୍ୟାମାକାଳୀ,

ଆଲୋକମୟ ତ ହେଉ ଏ ଜଗତ

   ଆଜି ଶୁଭ ଦୀପାବଳି।

ଚରଣେ ମିନତି କରେ ମୁଢ଼ ମତି

   ଜାଳି ଭକ୍ତିର ଦୀପାଳି,

ସଂସାରର ସବୁ କଳୁଷ କାଳିମା

   ଧୋଇଦିଅ ମହାକାଳୀ।

ବିଜୟ ସଙ୍କେତ ଆଲୋକର ପର୍ବ

  ହୃଦୟରେ ଭରୁ ଖୁସି,

ଆନନ୍ଦ, ସମୃଦ୍ଧି, ଶାନ୍ତି, ମୈତ୍ରୀରେ

  ପ୍ରତି ଘର ଉଠୁ ହସି।

ପୂଜ୍ୟପୂଜା ଆମ ସଂସ୍କୃତି ଆଧାର

   ଭୁଲି ନ ଯାଉ ଏ ଜାତି,

ପୂର୍ବ ପୁରୁଷଙ୍କ ଶ୍ରାଦ୍ଧ ବାଢ଼ିବାରେ

   ପର ପିଢ଼ି ରଖୁ ମତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama