ବିଭତ୍ସ ସ୍ମୃତି
ବିଭତ୍ସ ସ୍ମୃତି
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି
ଜୀବନଟା ନିଶିଥରେ ଥାଉ ପଛେ ବୁଡି
କିନ୍ତୁ କଳ୍ପନାର ସୂର୍ଯ୍ୟୋଦୟ ହୋଇଅଛି
ପୁଣି ତୁଚ୍ଛା ମିଛରେ ପାହିଅଛି ରାତି ...
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ...
ବିଶ୍ଳେଷଣେ କମ୍ପଇ ଧମନୀ ଓ ଶୀରା
ବାସ୍ତବରୁ ଅନେକ ଦୂର ସେ କଳ୍ପନା
ବିଶ୍ଵାସ ଯେ ଯାଇଥିଲା ମାତି ...
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ...
ଦୀପଶିଖାଟିଏ ପ୍ରଯତ ପ୍ରେମର
ନିଃସ୍ୱାର୍ଥ ଆଶାର ବିଶୁଦ୍ଧ ଘୃତ୍ଯରେ
ଢଳ ଢଳ ହୋଇ ଜଳୁଥିଲା ନିତି ...
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ...
ବସା ଅବା କି ନିଶା କେଜାଣି
ଅଜସ୍ର ପୁଲକେ ଲଙ୍ଘି କାଳର ନିଶୁଣି
ଅନେକ ଅମାନିଶି ଯାଇଥିଲା ବିତି ...
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ...
କସ୍ତୁରୀ ଗନ୍ଧର ରହସ୍ଯେ ସଂଜ୍ଞାନ
ଗନ୍ଧ ମାଧୁରୀର ଅନ୍ତରାଳେ
ଥିଲା ମାୟା ମରିଚିର ଭ୍ରାନ୍ତି ...
ବିଭତ୍ସ ସେ ମଧୁଭ୍ରାନ୍ତିର ସ୍ମୃତି ।
( ପ୍ରଯତ : ସଂଯତ ପବିତ୍ର)