ବୁଢ଼ୀ ଓ କୋଳି
ବୁଢ଼ୀ ଓ କୋଳି
ଏ ସନ ଗଛଟାରେ କୋଳି ବହେ ଫଳିଲା ,
ବୁଢ଼ୀ ଅନବରତ ନସର ପସର ହେଲା ,
ଦୁରୁ ଚାହିଁ ପାକୁଆ ପାଟିରେ ହସିଲା ,
ଯେତେ ଯାହା ହେଲେ ବି
ଦି ଆଟିକା ଖଟା ପାଗିବାକୁ ମନେ ପାଞ୍ଚିଲା ,
ଏତିକି ପାଞ୍ଚିବାରେ ବି
ବୁଢୀର ଶୁଖିଲା ଓଠ ଉପରେ
ନାଳ ମିଶା ଛାପ ମାଡ଼ି ଆସିଲା ,
ବୁଢ଼ୀ ସୁଡ କରୁ କରୁ ହସି ଦେଲା ।
ଏତେ କୋଳି କେଭେ ଦେଖି ନ ଥେଲା ,
କୋଳିରେ ଗଛ ବାହି ଓହଳି ପଡିଲା ,
ବୁଢ଼ୀ ମନେ ମନେ ସିନା ଖୁସି ହେଲା ,
ଡାଳ ନ ଭାଙ୍ଗୁ ବୋଲି ମୁଣ୍ଡିଆ ମାରିଲା ।
କୋଳି ସବୁଜ ରଂଗ ଛାଡ଼ିଲା ,
ଟିକିଏ ହଳଦିଆ କମଳା ହେଲା ,
ବୁଢ଼ୀ ଆଉ ମାତ୍ର ହପ୍ତେ କୁ ଜଗି ବସିଲା ,
ନସ ପାଚୁ ବୋଲି କହିଲା ।
ଅଦିନିଆ ଲଘୁଚାପ ଘନେଇ ଆସିଲା ,
ଶୀତ ଦିନଟାରେ ବର୍ଷା ହେଲା ,
ସୁ ସୁ କରି କେଡେ ଜୋର ପବନ ବହିଲା ,
କଞ୍ଚା , ଦର କଞ୍ଚା , ପାଚିଲା କୋଳି ଝଡିଲା ,
ଗଛ ଡାହି ଭାଙ୍ଗି ବି ପଡ଼ିଲା ,
ଅନ୍ଧାରରେ ବୁଢ଼ୀ ଜାକି ଜୁକି ହୋଇ ଥିଲା ,
ଜାଡରେ କିଏ ବା ଆସିବ ଭାବିଲା !
ରାତି ପାହୁ ଚିନ୍ତି ବୁଢ଼ୀ ଶୋଇଲା ।
ତହିଁ ଆରଦିନ ସକାଳ ହେଲା ,
ତଥାପି ପାଗଟା ସେଇଆ ଥିଲା ,
ଗାଣ୍ଡୁଆ ମୁଣ୍ଡାଇ ବୁଢ଼ୀ ଖଳାକୁ ଗଲା ,
ଯାହା ଦେଖିଲା , ବୁଢୀ ଥରି ଉଠିଲା ।
କୁଣ୍ଡା ଝରା ବରଷାକୁ ପାଗ ସେ କେହଲା
ବୁଢୀର ଆଖିରୁ ଧାରେ ଲୁହ ବୋହିଗଲା ।
ଭରା ଗଛଟିରେ ଆଉ କୋଳିଟେ ନ ଥିଲା
ପବନରେ ପ୍ରାୟେ କୋଳି ଝଡି ପଡ଼ିଥିଲା ।
କୋଳି ବାହି ଭାଙ୍ଗି ତଳେ ଶୋଇଥିଲା ,
କେଜାଣି କିଏ ସେ ନଜର କଲା ,
ଚୋରି କରି କୋଳି ତକ କିଏ ନେଇ ଗଲା !
ଏହା ଦେଖି ବୁଢ଼ୀ ଦେହ ନ ସହିଲା ,
ଗାଣ୍ଡୁଆ ଥୋଇଲା , ଟାଙ୍ଗିଆ ଆଣିଲା ,
ଝିପି ଝିପି ବରଷାରେ ଦେହଥରା ପାଗରେ
ବୁଢୀ ଦିହରେ ରାଗ ତମ ତମ ଉଷୁମ ଥିଲା ।
ନିଶୁଣିଟେ କୋଳି ଗଛରେ ଡେରିଲା ,
ଗୋଟି ଗୋଟି କୋଳି ଡାଳ ପଦା କଲା ।
ଶେଷରେ କେବଳ ଗଣ୍ଡିଟା ରହିଲା ,
ବୁଢୀକୁ ହାଣିବାକୁ ଦି ଦିନ ଲାଗିଲା ।
ତିନି ଦିନ ପରେ ସୂର୍ଯ୍ୟ ଦେଖା ଦେଲା ,
ଡହ ଡହ କମ୍ପେ ବୁଢ଼ୀ ବିଛଣା ଧଇଲା ,
ଭଲ ମନ୍ଦେ ଦେଖିଲା ବାଲା
ସତୁ ମା ଖୁଡୀ ଦଉଡି ଆଇଲା ,
ହାତ , ଗୋଡ଼ , ମୁଣ୍ଡ ଆଉଁସି ଦେଲା ,
ଏତେ ହିନସ୍ତା କ'ଣ ଦରକାର ଥିଲା ,
ସତୁ ମା ଖୁଡୀ ପଚାରି ବୁଝିଲା ।
ବୁଢ଼ୀ ସତୁ ମା ଖୁଡୀଠୁ ମୁହଁ ଫେରିଲା ,
କାନ୍ଥ ଆଡେ ଅନାଇ କହିଲା ,
ବାଡି ପଡେ କଣ୍ଟା ଗଛ ଥିଲା
ମୋ ଗ୍ରହ ଖରାପ ପଡୁଥିଲା ।
