Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Manamayee Ratha

Abstract Romance Tragedy

4.5  

Manamayee Ratha

Abstract Romance Tragedy

ଅର୍ପଣ

ଅର୍ପଣ

1 min
13.2K


               

ହସି ପାରେନି 

କାଳେ ଅପମାନିତ ହେବ ଲୁହ ।

ତୁମ ମୁହଁରେ 

ସ୍ମିତ ଫୁଟେଇବାର ସବୁ ଚେଷ୍ଟା 

ଯାଏ ବ୍ୟର୍ଥ ।

କେବେ ଫୁଲ ପାଲଟି

ଡାକେ ସକାଳ

କେବେ ସଞ୍ଜ ହୋଇ

ଝରାଏ କାକର ।

ହେଲେ , ତୁମେ ସେମିତି 

ଉଦାସ , ଗମ୍ଭୀର ।

ଲୁହ ଗଡାଏ, କୋହ ଉଠାଏ

ନିଗିଡ଼ାଏ ଟୋପା ଟୋପା

ତୁମ ଭାଗ୍ୟ ଉପରେ

କାଳେ ସେତିକିରେ

କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ !

 ମାନମୟୀ ରଥ


Rate this content
Log in

More oriya poem from Manamayee Ratha

Similar oriya poem from Abstract