Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manamayee Ratha

Others

3  

Manamayee Ratha

Others

ଖରାଶେଷ ଶାଏରୀ

ଖରାଶେଷ ଶାଏରୀ

1 min
13.6K


 ଖରାଶେଷ  ଶାଏରୀ
                               ମାନମୟୀ ରଥ 
    
ହୋଇପାରେ ଆକସ୍ମିକ ଲଘୁଚାପ
ଅନେକ ପ୍ରସ୍ଥାନ ନେଇ
ଫୁଲିପାରେ ପାଣିର ଉଚ୍ଚତା
ଖୋଲିପାରେ ପାହାଡ଼ର ଛାତି
ସହସ୍ର ମୁକୁଟ ପିନ୍ଧି
ପବନ ବି ଫାଟି ପାରେ ପରସ୍ତ ପରସ୍ତ ।
 
         ***
ସର୍ଜିବାର କୋହରେ
ଜକେଇ ଯାଇପାରେ ବାଦଲ 
ନିଗିଡି ଆସିପାରେ 
ମେଘଖଣ୍ଡର ଲୋତକ ଅଞ୍ଜଳି,
ଭସେଇ ବି ଆଣିପାରେ 
ପ୍ରସ୍ତୁତ ଅପ୍ରସ୍ତୁତ ସମସ୍ତ ଶାଏରୀ
ଲୟହୀନ ଲୋରି ।
 
        ******        
 
ଏଇ ମାତ୍ର ଭାଙ୍ଗିଯିବ
ଡହ ଡହ ଡହକର ତୋଡ଼
ପ୍ରତିଟି ଶୁଖିଲା ପାଖୁଡା
ଜନ୍ମ ଦେଇପାରେ 
 ଓଠ ଭର୍ତ୍ତି ହସ
ଲକ୍ଷ ଲକ୍ଷ ଗୋଲାପି ସକାଳ।
                                   
 
ଗୌରୀଶଙ୍କର ପବ୍ଲିକ ସ୍କୁଲ, ବୌଦ୍ଧ ।
 


Rate this content
Log in