STORYMIRROR

Manamayee Ratha

Fantasy

2  

Manamayee Ratha

Fantasy

ଲୁଚକାଳି

ଲୁଚକାଳି

8 mins
13.2K


 କବିତା ଖୋଜୁ ଖୋଜୁ କବିତାରୁ

 କବିତା ଖସିଯାଏ ବାରମ୍ବାର

 ମୋ ହୁଗୁଳା ମୁଠାରୁ ।

 ତାର କୋମଳ ଛୁଆଁର ଆବେଶ 

ଖାଲି ଯାହା ବିମୋହିତ କରେ ମୋତେ

 ଖୋଜିବାର ନିଶା ନେଇ

 ପୁଣି ଚଢେ ଆରମ୍ଭରୁ ।

ପାଣି ଟୋପାଏର ଛଦ୍ମବେଶରେ

ଦିନେ କବିତା ଢଳ ଢଳ ହୁଏ

ପଦ୍ମପତ୍ରରେ

ତୋଳି ନେଉ ନେଉ 

ଅସତର୍କ ମୁହୂର୍ତ୍ତରେ

ଇଡି ହୋଇ ମିଶିଯାଏ ପାଣି ଓ ପାଣିରେ ।

ଦିନେ ପୁଣି ଝଡ଼ ରୂପେ

ଭାଙ୍ଗେ ମୋର ଗାଢ଼ ନିଦ

ଉଠି ଦେଖୁ ଦେଖୁ 

ଛାପିଯାଏ ପର୍ବତ ଡେଣାରେ ।

ଉଡୁ ଉଡୁ ପକ୍ଷୀ ରୂପେ କେବେ 

ପଡଇ ମୋ ଶବ୍ଦର ଜାଲରେ

ମୁଗ୍ଧ ହେଉ ହେଉ 

ଜାଲ ସହ ଉଡି ଯାଇ ମିଶେ ଆକାଶରେ।

...ମାନମୟୀ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy