STORYMIRROR

sonali padhi

Romance Fantasy

4  

sonali padhi

Romance Fantasy

ପହିଲି ପ୍ରେମ

ପହିଲି ପ୍ରେମ

1 min
434


ପହିଲି ପ୍ରେମରରଙ୍ଗରେ ଯେବେଠୁ

ରଙ୍ଗେଇ ଦେଇଛ ମତେ,

ସେ ଦିନଠୁ ଏ ଜହ୍ନରାତି ଟା ଭାରି

ଆପଣାର ଲାଗେ ସତେ।


ନୁହେଁ ମୁ ବିହଙ୍ଗ ନାହିଁ ମୋର ଡେଣା

ଉଡୁଛି ମନ ଆକାଶେ,

ପୁଷ୍ପ ନୁହେଁ ମୁହିଁ ନାହିଁ ମୋ ବାସନା

ତଥାପି ମୁଁ ଆଝି ବାସେ।


ସଜେଇ ହେଉଛିରାତି ଦିନ ମୁହିଁ

ପାଦରେ ପିନ୍ଧି ନୂପୁର,

ବେଣୀରେ ବାନ୍ଧିଛି ମଲ୍ଲୀ ଗଜରା ମୁଁ

ଆଖିରେ କଜଳ ଗାର।


ଛପି ଛପି ଯାଇ ଆମ୍ବ ତୋଟା ମୂଳେ

ତୁମ ସାଥେ ହେଲେ ଦେଖା,

ହୃଦୟ ବେଦନା,ଜୀବନ ଯାତନା

ଉଭେଇ ଯାଏ ହୋ ସଖା।


ପ୍ରେମ ପ୍ରଣୟର ମଧୁରତା ସ୍ୱାଦ

ଚାଖିଲି ପ୍ରଥମ ଥର,

ତୁମେ ହେବ ଯଦି ମୋ ମନ ଦେବତା

ଗଢ଼ିବି ନିଶ୍ଚେ ମନ୍ଦିର।


ତୁମେ ହିଁ ମୋର ଈପସିତ ପୁରୁଷ

ମୋ ମନର ପ୍ରିୟତମ,

ଖୋଜୁଛି ତୁମକୁରାତି ଦିନ ସାଥି

ତୁମେ ମୋ ପ୍ରଥମ ପ୍ରେମ।


ସପନରେ ଭାବନାରେ କଳ୍ପନାରେ 

କେବଳ ତୁମେ ହିଁ ତୁମେ,

ଦୂରରାଇଜରେ ଘର ଟେ ତୋଳିବା

ସାଙ୍ଗ ହେଇ ସାଥି ଆମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance