STORYMIRROR

sonali padhi

Tragedy Fantasy

4  

sonali padhi

Tragedy Fantasy

ସ୍ୱାର୍ଥପର

ସ୍ୱାର୍ଥପର

1 min
196


ମଥା ଛୁଇଁ ଦିନେ ଦେଇଥିଲ କଥା 

ଗଢ଼ିବା ସୁଖ ସଂସାର,

ସବୁ ଭୁଲି ଯାଇ ପ୍ରିୟତମ ତୁମେ

ହୋଇଗଲ ସ୍ୱାର୍ଥପର।


କେମିତି ଭୂଲିଲ କହି ପାରିବକି 

ସେ ଦିନର ବର୍ଷା ରାତି,

ମୋ କୋଳ ରେ ତୁମେ ମୁଣ୍ଡ ଗୁଞ୍ଜିଥିଲ

ଝରୁଥିଲା ମୋର ପ୍ରୀତି।


ଜହ୍ନ ତାରା ସହ ଗପୁଛି ମୁ ଆଜି

ନିରୋଳା ରେ ଏକା ବସି,

ଇଶ୍ୱରଙ୍କ ଠାରେ କରୁଛି ପ୍ରାର୍ଥନା

ତୁମକୁ ଦିଅନ୍ତୁ ଖୁସି।


ସୁଖ ବୋଲି ଯା'କୁ ହାତରେ ଧରିଲି

ସେତ ଆକାଶ ଫୁଲ,

ସାଗର ବୋଲି ଯା ପଛରେ ଧାଇଁଲି

ସେ ମରୀଚିକା ଜଳ।


ମରି ତ ସାରିଛି ଇଚ୍ଛା ଓ ଆକାଂକ୍ଷା

ଭାଙ୍ଗି ଗଲାଣି ମୋ ମନ,

ସଜେଇ ହେଉନି ଦର୍ପଣ ସାମ୍ନାରେ

ଫିକା ଲାଗେ ସବୁ ସ୍ୱପ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy