Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Debadatta Jena

Romance Tragedy

4.5  

Debadatta Jena

Romance Tragedy

ରଂଗ ସ୍ଫୁରଣ..

ରଂଗ ସ୍ଫୁରଣ..

2 mins
392



ରେ ଜୀବନ,
କିଛି ତ ରଂଗ..
ଭରିଦେ ଜୀବନେ,
କିଛି ତ ରଂଗ ବାକି ଅଛି,
କିଛି ବି ରଂଗ..
ଖୋଜିଦେ ସନ୍ଧାନେ,
ସପନେ ରଂଗ ଲାଖି ଅଛି,
ଜୀବନ ସଞ୍ଚରୁ ହୃଦୟ ରଂଗେ,
ରଂଗ ପଞ୍ଚମୀ ବି ବାକି ଅଛି..!
ହଁ ରେ ଜୀବନ,
ତୁ ବି ତ ଅନେକ ରଂଗର
ଉତ୍ସସିତ ସମାହାର,
ତୋର ସେ ବିଭୋର ରଂଗ,
ଅପାର,ଆତୁରେ ମାଗୁ ଅଛି,
କେବେ ସମ୍ଭାବନା,
ସମ୍ଭବ ହୋଇଲେ,
ଆହତ ପ୍ରାଣର,ଅନାହତ ସ୍ରୋତ,
ଉତ୍ଫୁଲ୍ଲ ଆନନ୍ଦ ଲୋଡୁ ଅଛି..!
ଶୁଣରେ ଜୀବନ,
ଗୋଟିଏ କଥା ତ
ଶିଖାଏ ଦୁନିଆ,
ଭିଜିବାକୁ ହେଲେ,ରଂଗ ଉତ୍ସରେ,
ପ୍ରେମର ଫଲ୍ଗୁରେ,ପ୍ରୀତିର ରଜ୍ଜୁରେ,
ସ୍ନେହ ସୋହାଗର ପବିତ୍ର ଡୋରିରେ,
ସ୍ନିଗ୍ଧ ସମ୍ମୋହନ ଶୀତଳ ସ୍ଫୁର୍ତ୍ତିରେ, 
ରଂଗ କଲ୍ଲୋଳ ବି ଲୋଡ଼ା ଅଛି..!
ଶୁଣରେ ଜୀବନ,
ଏତିକି ଜାଣୁଛି,ସେ ରଂଗ ସ୍ପର୍ଶରେ 
ଆବେଗ ଉତ୍ସାହ, ଅଫୁରନ୍ତ ପଣ,
ଭାବନା ସମ୍ରାଜ୍ୟ,କଳ୍ପନା ପ୍ରବଣ,
ଅତୀନ୍ଦ୍ରିୟ ଭାବ,ସ୍ବପ୍ନ ସମ୍ଭାର,

ସେ ଅତୁଲ୍ୟ ଝରରେ ଭିଜୁ ଅଛି,
ଯଦି ବି ଭିଜୁଛି,ଅବୁଝା ଆତୁରେ,
ରଂଗ ଫୁଆରେ,ଜୀବନ ଝରଣେ,
ଫଗୁଣର ରଂଗ ବାକି ଅଛି..!
ହଁ ରେ ଜୀବନ,,
କିଛି ତ ରଂଗ ମିଳି ଯାଏ ସିନା,
କିଛି ତ ରଂଗ ଲିଭି ଯାଏ,
କିଛି ଜାଣିବାରେ,କିଛି ଅଜଣାରେ
କିଛି ବି ଆପଣା,ଅତି ଭାବମୟେ,
ଅତି ପର ପୁଣି ନିଜର ବୋଲାଏ,
ଆପଣା ପଣର,ନିର୍ଭର ପଣରେ
ମଧୁର ସମ୍ପର୍କର ଅଜଣା ଖିଅଟେ 
ଅଲୋଡ଼ା ଭାବରେ ହଜୁ ଥାଏ..!
ରେ ଜୀବନ,
ଆଉ ଏତିକି ଜାଣୁଛି,
ଭିଜିବାକୁ ହେଲେ,ରଂଗ ପର୍ବରେ 
ନିଆରା ପର୍ବର,ଅସରା ଫଲ୍ଗୁରେ,
ରଂଗ ଅବିର ର ଅଫୁରନ୍ତ ଗୁଣେ,
ରଂଗ ଫଗୁଣର,ରଂଗ ପାର୍ବଣରେ,
ଫଗୁର ଝୁଲଣ,ରଂଗ ବସଂତରେ,
ଜୀବନ ସ୍ପନ୍ଦନେ,ସ୍ପନ୍ଦିତ ସ୍ଫୁରିତେ..
ସେ ଗଭୀର ସ୍ଫୁରଣ ବାକି ଅଛି..!
@ଇନ୍ଦ୍ରଧନୁର ରଂଗ..🌷


Rate this content
Log in