STORYMIRROR

Debadatta Jena

Romance

3  

Debadatta Jena

Romance

ରେ ଜହ୍ନ

ରେ ଜହ୍ନ

1 min
552

ରେ ଜହ୍ନ..

କେବେ ସଅଳ କେବେ ଚଞ୍ଚଳ

କେବେ ଅପାସୋରା ଜହ୍ନ 

କେବେ ବହଳ କେବେ ଗହମ

ପୁଣି ଅଭିମାନୀନୀର ଜହ୍ନ 

ସଦା ଛଳ ଛଳ ସଦା ଛନ ଛନ 

ସୁଶୀତଳ ଶୋଭାବନ 

କେବେ ଡଗ ମଗ ଅବା ତୁ ମଗନ 

ରୁପା ଗୋରୀ ସୁନା ମନ..!

କେବେ ଖରା ଛାଇ ଅବା ନୀଳ କଇଁ

ପୁଣି ଛାଇ ଆଲୁଅର ଖେଳ 

କେବେ ଆତୁର କେବେ ତୁ ବିଭୋର 

କେବେ ଝିଲ ମିଲ ସୁନା ଜହ୍ନ 

ଭୋଦୁଅର ଖରା ତ ଶ୍ରାବଣର ଧାରା 

ଚୋରା ଚାନ୍ଦିନୀର ଚମକ 

କେବେ ଶ୍ରାବଣର ଧାର ଚଇତାଳି ମନ 

ବିରହୀଣୀ ପ୍ରିୟା ମନ 

ଶୀତରେ ଆତୁର ତୁ ଆବେଗ ଉଚ୍ଛନ୍ନ 

ଆଶ୍ୱିନର ରୁପା ଜହ୍ନ 

କେବେ ତୁ ଶିଶିର କେବେ ତୁ ସମୀର 

ମଳୟ ବସନ୍ତ ଫଗୁଣ 

ତୋ ଦେହେ କାକର ପ୍ରାଣରେ ଅଧୀର 

ଜହ୍ନି କାକୁଡି ଫୁଲର ଜହ୍ନ 

ମନ ଆକାଶର ଅପାସୋରା ସ୍ମୃତି 

ଶରଦ ଶିଶିରର ତୋଫା ଜହ୍ନ..!

ହଁ ରେ ଜହ୍ନ..

କେମିତି କହିବି ଜହ୍ନ ନୁହେଁ ଖାଲି

ପ୍ରୀତି ପୁଷ୍ପ ରାଗ ତୋ ମନ 

କେମିତି କହିବି ଅସ୍ତରାଗ ବୋଲି 

ତୋ ମନରେ ପ୍ରୀତି ପରାଗ..

ପ୍ରତି ଶବ୍ଦରେ ତୁ ପ୍ରତି ଅର୍ଥରେ ତୁ..

ତୋ ବିନା ଅମାବାସ୍ୟା ଏ ମନ..

ଏ ମନରେ ଵି ତୁ ଏ ପ୍ରାଣରେ ଵି ତୁ 

ପ୍ରତିବିମ୍ବରେ ତୋ ପାଦ ଚିହ୍ନ..!

ଆଉ କହିବି ତ..

କାଶ.. ଏମିତି ଶବ୍ଦ ମିଳନ୍ତା କି ମତେ 

କୁହନ୍ତି ମୋ ପ୍ରିୟ ଜହ୍ନ..

ଏ ଶବ୍ଦରେ ଵି ତୁ ନିଃଶବ୍ଦରେ ଵି ତୁ 

ପ୍ରୀତିପୂର୍ଣ୍ଣ ଅସ୍ତରାଗର ଜହ୍ନ 

ପ୍ରତି ଜ୍ୟୋସ୍ନାର ତୁ ପ୍ରତି ବାସ୍ନାର ତୁ 

ପ୍ରତି ସ୍ୱପ୍ନ ମଗ୍ନ ଅନୁରାଗ 

ପ୍ରତି ରୂପରେ ତୁ ପ୍ରତିବିମ୍ବରେ ଵି ତୁ..

ପ୍ରତି ମୁହୂର୍ତ୍ତର ମିଶ୍ର ରାଗ 

ରେ ଜହ୍ନ.. 

ପ୍ରତି ପୁନେଇଁରେ ତୁ ପାର୍ବଣରେ ତୁ..

ରୁପସୀ ପ୍ରେୟସୀର ପ୍ରିୟ ଜହ୍ନ..

ଏଇ ଶରଦରେ ତୁ ଏ ଶିଶିରରେ ତୁ 

କୁଆଁରୀ କାଉଁରୀର ପ୍ରତିବିମ୍ବ 

ରେ ଜହ୍ନ..! ତୋ ମନ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance